ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ ଫୋଟୋ ଚିତ୍ର ସରକାରୀ ଅନୁଷ୍ଠାନରେ ଲଗେଇବାକୁ ଦାବୀ ଜଣାଇଲା ସମ୍ବିଧାନ ସୁରକ୍ଷା ମଞ୍ଚ...
ବରଗଡ଼,୨୩/୧୨ : ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ରେ ସମ୍ମାନ ପୂର୍ବକ ଲଗେଇବାକୁ ଦାବୀ ଜଣାଇଲା ସମ୍ବିଧାନ ସୁରକ୍ଷା ମଞ୍ଚ। ସୋମବାର ଜିଲ୍ଲାପାଳଙ୍କ ଜରିଆରେ ଦେଶର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କୁ ଏହି ଦାବୀ ପତ୍ର ଦିଆଯାଇଛି।
Ad..
ବାବା ସାହେବଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇ ଥିବାରୁ ଗୃହ ମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କ ସାମ୍ନାରେ କ୍ଷମା ମାଗନ୍ତୁ ବୋଲି ଆବାହକ ପବିତ୍ର ଦେହେରୀ ଦାବୀ କରିଛନ୍ତି।
Ad..
ଏହି ସମୟରେ ସମ୍ପାଦକ ଅଲିମ ରିଜଵୀ, ମୁକୁନ୍ଦ ତାଣ୍ଡି, ଲାଲା ଦୀପ, କୁନା ବିଭାର, ଅବଦୁଲ ଫିରୋଜ, ନାରୀ ନେତ୍ରୀ ମାରିୟମ ବାର୍ଲା, ଆପ୍ ସଭାପତି ଭବାନୀ ସାହୁ, ସରୋଜ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



