ଗାଇସିଲେଟ ବ୍ଳକ ଠାରେ ସୁଶାସନ ସପ୍ତାହ ପାଳିତ...

ଗାଇସିଲେଟ ବ୍ଳକ ଠାରେ ସୁଶାସନ ସପ୍ତାହ ପାଳିତ...


 
ବରଗଡ଼,୨୩/୧୨ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ତରୀୟ 'ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର' କାର୍ଯ୍ୟକ୍ରମ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଳକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ତହସିଲଦାର ଟିଟସ ମହାନନ୍ଦିଆ,ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ,ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ,ପ୍ରବୀଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। 

              Ad..


ଏହି ଅବସରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଡ. ଅମିତ କୁମାର ଦାଶ, ଡ. ସୁମିତ ମିଶ୍ର, ଡ.ବଳରାମ ବେହେରା ଓ ଡ.ସତିଶ ଯୋଷୀ ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ୧୨୯ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ପରୀକ୍ଷା କରି ମେଡିସିନ ବଣ୍ଟନ କରିଥିଲେ। 

     Ad..


ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ମାନଙ୍କୁ ମାଗଣାରେ ଟ୍ରାଇ ସାଇକଲ ଦିଆଯାଇଥିବା ବେଳେ ପ୍ରାୟ ୩୬ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୨ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ତାର ସମାଧାନ କରିବା ପାଇଁ ଆଲୋଚନା ହୋଇଥିବା ବେଳେ ଜନ ସେବା ପ୍ରଦାନ କରିବା,ବିଚାରଧୀନ ଜନ ସାଧାରଣଙ୍କ ଅଭିଯୋଗ ସମାଧାନ, ଅନଲାଇନ ସେବା ପ୍ରଦାନ କରିବା ସୁଶାସନ ସପ୍ତାହ ର ମୂଳ ଉଦ୍ଦେଶ୍ୟ ଅଟେ ବୋଲି ବିଡିଓ ଶ୍ରୀଯୁକ୍ତ ମାଝି ପ୍ରକାଶ କରିଥିଲେ। 

ସେକ୍ସନ ଅଫିସର ଅଭିମନ୍ୟୁ ମିଶ୍ର, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପାଣ୍ଡବ ନନ୍ଦ,କମ୍ପ୍ୟୁଟର ପ୍ରୋଗ୍ରାମର ବିକାଶ ରଞ୍ଜନ ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post