ନେଟୱର୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ରିମାଇଣ୍ଡର ଦେଲେ ନିଲଜିପତ୍ରା ଗ୍ରାମବାସୀ...
ପାଇକମାଲ,୨୩/୧୨ : ନେଟୱର୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ରିମାଇଣ୍ଡର ଦେଇଛନ୍ତି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡ଼ିଦର୍ହା ପଂଚାୟତ ନିଲଜିପତ୍ରି ଗ୍ରାମବାସୀ। ସୋମବାର ଝାରବନ୍ଧ ଠାରେ ହୋଇଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଆସି ଗ୍ରାମବାସୀ ମୋବାଇଲ ନେଟୱର୍କ ସମସ୍ୟା ବିଷୟରେ ଜଣାଇଥିଲେ।
Ad..
ପୂର୍ବରୁ ଗତ ମାସ ୨୫. ୧୧. ୨୦୨୪ ତାରିଖରେ ଗ୍ରାମବାସୀ ଲିଖିତ ଭାବେ ପାଇକମାଲ ବ୍ଲକ ରେ ଜିଲ୍ଲପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଜଣାଇ ଥିଲେ ହେଲେ ଦୀର୍ଘ ଗୋଟିଏ ମାସ ପୂରଣ ହୋଇ ଥିଲେ ବି ନେଟୱର୍କ ସମସ୍ୟା ର ସମାଧାନ ହୋଇ ପାରି ନାହିଁ ତେଣୁ ପୁଣି ଥରେ ଲିଖିତ ଭାବେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
Ad..
ସୂଚନା ଥାଉ କି ଝାରବନ୍ଧ ଅଂଚଳରେ ନେଟୱର୍କ ସମସ୍ୟା ଏକ ବଡ଼ ଚାଲେଞ୍ଜ ହୋଇଛି ଏହା ଫଳରେ ବାର୍ତ୍ତାଲାପ, ଇଣ୍ଟେର୍ନେଟ ଡିଜିଟାଲ ସେବା ଓ ଛାତ୍ର ଛାତ୍ରୀ ଙ୍କ ଅନଲାଇନ ପାଠ ସମସ୍ୟା ଲାଗି ରହିଛି।
ଏଣୁ ଏହାର ସମାଧାନ ନିମନ୍ତେ ଗ୍ରାମରେ ନେଟୱର୍କ ଟାୱାର ସ୍ଥାପନ ପାଇଁ ଗ୍ରାମବାସୀ ଦାବୀ ଜଣାଇଛନ୍ତି। ବାଳକୃଷ୍ଣ ପଟେଲ,ଚିନ୍ତାମଣି ପଟେଲ,ସଞ୍ଜୟ ଶାହ,ଚୂଡ଼ାମଣି ପ୍ରଧାନ,ଉଦ୍ଧବ ପଟେଲ, ସୁଦାମ ନାୟକ ଓ ନବୀନ ପଟେଲ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
collector
latest news
latest update
network problem
odisha daily current affairs
padamapur
paikmaal
reminder latter



