୩୭୮ ଗ୍ରାମ ବ୍ରାଉନ ସୁଗର ଜବତ, ୨ ଅଭିଯୁକ୍ତ ଗିରଫ...

୩୭୮ ଗ୍ରାମ ବ୍ରାଉନ ସୁଗର ଜବତ, ୨ ଅଭିଯୁକ୍ତ ଗିରଫ...


ପିପିଲି,୨୧/୧୨ : ରାଉରକେଲାରୁ ପୁରୀକୁ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ପୁରୀ ଅବକାରୀ ବିଭାଗ ଏକ କାର୍ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଉଭୟଙ୍କ ଜାମିନ ନାମଞ୍ଜୁର ହେବା ପରେ ପୁରୀ କାରାଗାରକୁ ପଠାଇ ଦିଆଯାଇଛି। 

            Ad..


ଦୁଇ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମୁସଲିମପଡ଼ାର ଇମାମ୍ ଅହମ୍ମଦ ରାଜା(୨୭) ଏବଂ ରାଉଲକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଆବୁ ତଲହା(୨୯)। ଉଭୟଙ୍କଠାରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

    Ad..


ଗୁଇନ୍ଦା ସୂତ୍ରରୁ ଖବରପାଇ ପୁରୀ ଅବକାରୀ ବିଭାଗ ପିପିଲି ବାଇପାସ୍ ନିକଟରେ ବିଳମ୍ବିତ ରାତିରେ ଏକ କାରକୁ ଅଟକାଇ  ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କାର୍ ଭିତରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଅଭିଯୁକ୍ତ ଇମାମ୍ ଅହମ୍ମଦ ରାଜା ଏବଂ ମହମ୍ମଦ ଆବୁ ତଲହାଙ୍କୁ ପୁରୀ ଅବକାରୀ ଟିମ୍ ଧରିଥିଲା। 



Edited by k.s thakur...


Post a Comment

Previous Post Next Post