ପତ୍ରାପାଲି(କ) ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ...

ପତ୍ରାପାଲି(କ) ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ...


ମୁରିବାହାଲ,୨୧/୧୨ : ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି (କ)ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ  ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷକ ଜୟଦେବ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପତ୍ରାପାଲି ଆଞ୍ଚଳିକ ସାଧନ କର୍ମୀ ପ୍ରମୋଦ କୁମାର କର୍ମୀ ଯୋଗଦେଇ ଉଦଘାଟନ କରିଥିଲେ।

           Ad..


ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗେଶ୍ୱର ପୁଟେଲ,ସଦସ୍ୟ ସୁଧୀର ସାହୁ,ଶୁକ୍ରୁ ଦୀପ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ବରିଷ୍ଠ ଶିକ୍ଷକ ବିଶ୍ୱନାଥ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ସହକାରୀ ଶିକ୍ଷକ ଅଜୟ ନାଏକ,ଶୁଭପ୍ରକାଶ ଜେନା, ଡିଙ୍ଗର କମ୍ପ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

    Ad..


ଶିକ୍ଷୟିତ୍ରୀ ସୁନିତା ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଚି ଖେଳ, ଚାମଚ ଖେଳ,ଦୌଡ଼,ଅଖା ଦୌଡ଼,ସଟଫୁଟ,ଦଉଡି ଖେଳ,ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

କୃତୀ ପ୍ରତିଯୋଗିଙ୍କୁ ସ୍ବାଧିନତା ଦିବସରେ ପୁରସ୍କୃତ କରାଯିବ ।ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।କାର୍ଯ୍ୟକ୍ରମ ସୁପରିଚାଳନା ନେଇ ସଭ୍ୟ ଓ ଗ୍ରାମବାସୀ ପ୍ରଧାନ ଶିକ୍ଷକ ଙ୍କୁ ଭୁୟସୀ ପ୍ରଶଂସା କରିଥିଲେ।



Edited by k.s thakur...


Post a Comment

Previous Post Next Post