ବରଗଡ ପୁରୁଣା ହସ୍ପିଟାଲ କୁ ଏଫ୍ଆରୟୁ ଘୋଷଣା କରିବାକୁ ଦାବୀ କଲା ହସ୍ପିଟାଲ ବଞ୍ଚାଅ ଅଭିଯାନ...

ବରଗଡ ପୁରୁଣା ହସ୍ପିଟାଲ କୁ ଏଫ୍ଆରୟୁ ଘୋଷଣା କରିବାକୁ ଦାବୀ କଲା ହସ୍ପିଟାଲ ବଞ୍ଚାଅ ଅଭିଯାନ...


ବରଗଡ଼,୨୧/୧୨ : ବରଗଡ଼ ସହରର ପୁରାତନ ଡାକ୍ତରଖାନା ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରୁଅଛି ହେଲେ ନା ଏଠାରେ ଅଛନ୍ତି ବିଶେଷଜ୍ଞ ଡାକ୍ତର ନା ଅଛନ୍ତି ପୂର୍ଣ୍ଣମାତ୍ରାରେ ଷ୍ଟାଫ, ନର୍ସ ନା କାର୍ଯ୍ୟ କରୁଛି ଅସ୍ତ୍ରୋପ୍ରଚାର କକ୍ଷ , ତେଣୁ ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ପୂର୍ଣ୍ଣ ଭାବେ କାର୍ଯ୍ୟ କରିବାରେ ବିଫଳ ହୋଇଛି।

            Ad..


ତେଣୁ ଏହାକୁ ପୂର୍ଣ୍ଣକ୍ଷମ କରିବା ପାଇଁ ଏଫ୍ଆରୟୁ ଘୋଷଣା କରିବାକୁ ଦାବୀ ହୋଇଛି। ଏହି ସମ୍ବନ୍ଧରେ ହସ୍ପିଟାଲ ବଞ୍ଚାଅ ଅଭିଯାନର ସଦସ୍ୟମାନେ ବରଗଡ ବିଧାୟକ ଅଶ୍ୱିନୀ ଷଢଙ୍ଗୀଙ୍କୁ ଏକ ଦାବୀପତ୍ର ଦେଇଛନ୍ତି। ସେହିପରି ଏହି ହସ୍ପିଟାଲରେ ଥିବା ରକ୍ତ ଭଣ୍ଡାର ମଧ୍ୟ ଅନ୍ୟତ୍ର ନ ଉଠା ଯାଉ ବୋଲି ସଦସ୍ୟ ମାନେ ଜଣାଇଛନ୍ତି। 

     Ad..


ଏଥିରେ ଦିନବନ୍ଧୁ ମେହେର, ସାରଥୀ ମେହେର,ରବୀନ୍ଦ୍ର କୁମ୍ଭାର,ସୁଶାନ୍ତ ପାଢ଼ୀ,ବିକାଶ ସିନ୍ଧିରିଆ, ଅଭୟ ସିନ୍ଦୁର ଓ ଅନ୍ୟମାନେ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post