ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଚତୁର୍ଥ ସନ୍ଧ୍ୟା : ଆକର୍ଷଣ ସାଜିଲା ଆସାମ ର ବିହୁ ଓ ପଶ୍ଚିମବଙ୍ଗ ର ଛଉ...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଚତୁର୍ଥ ସନ୍ଧ୍ୟା : ଆକର୍ଷଣ ସାଜିଲା ଆସାମ ର ବିହୁ ଓ ପଶ୍ଚିମବଙ୍ଗ ର ଛଉ...


ବରଗଡ଼,୨୧/୧୨ : ବରଗଡ ଜିଲ୍ଲା ପଦ୍ମପୁର ଟାଉନ କ୍ଳବ ପଦ୍ମପୁର ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଚତୁର୍ଥ ସନ୍ଧ୍ୟା ରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ଓ ଜଳ ଯୋଗାଣ ବିଭାଗ କ୍ଯାବିନେଟ ମନ୍ତ୍ରୀ ରବି ନାରାୟଣ ନାଏକ ଓ ବିଜେପୁର ବିଧାୟକ ସନତ ଗଡତିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଧି ବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ ପର୍ବ କୁ ଶୁଭ ଉଦଘାଟନ କରିଛନ୍ତି। 

            Ad..


ଏହି ଅବସରରେ ବିଜେପୁର ବିଧାୟକ ଗଡତିଆ ଲୋକ ମହୋତ୍ସବ ର ସଫଳତା କାମନା କରିବା ସହ ବର୍ତ୍ତମାନ  ଯୁଗରେ ସଂସ୍କୃତ, ପରମ୍ପରା, ପ୍ରଭୃତି ବଦଳିବା ରେ ଲାଗୁଛି ହେଲେ ଆମ ଅଂଚଳ ର ଲୋକ ପରମ୍ପରା ବଞ୍ଚାଇରଖିବା ସହ ଆମ ଅଂଚଳ ର କଳା ସଂସ୍କୃତି ବଞ୍ଚିତ ହୋଇ ରହିଯାଇଥିବା ରୁ ଏହି ପଦ୍ମପୁର ଲୋକ ମହୋତ୍ସବ କଳା ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିଥିବା ର ଉଦ୍ଯମ କରିଛି ଏଣୁ ମୁଁ ମାଁ ସମଲେଶ୍ଵରୀ ଙ୍କ ଠାରେ ପ୍ରାର୍ଥନା କରୁଛି ଓ ମହୋତ୍ସବ ର ଉତ୍ତରୋତ୍ତର କାମନା କରୁଛୁ ବୋଲି କହିଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ପଦ୍ମପୁର ଲୋକ ମହୋତ୍ସବ ଭିଡ଼, ଲୋକଙ୍କ ଆଗ୍ରହ ଦେଖି ବହୁତ୍ ପ୍ରଶଂସା କରିବା ସହ ମୁଁ ଅବିଭକ୍ତ ସମମ୍ବଳପୁର ର ଛୁଆ। 

    Ad..


ସମୟ ସମୟରେ ମୁଁ ପଦ୍ମପୁର ଅଂଚଳ ର ବହୁ ଲୋକ ଙ୍କ ସହ ମିଶିବାର ସୁଯୋଗ ପାଇଛି । ଛୋଟ ସମୟରେ ମୁଁ ଦେଖିଛି ଘୁଘୁ ନାଦିଆ ବୁଲାଇବା ସମୟରେ ଜଣେ ଆଭା ସାହୁ ଥିଲେ ସେ କଳା ସଂସ୍କୃତି ଓ ପରମ୍ପରା ର କଥାନି ନେଇ ଗାଁ ବୁଲୁଥଲେ ସେମାନେ ହେଉଛନ୍ତି ବୁଢ଼ା ସମ୍ବର ମାଟିର। ଏଭଲି କଳାକାର ଏ ଅଂଚଳରେ ଅଛନ୍ତି ବୋଲି ପଦ୍ମପୁର ମାଟିକୁ ପ୍ରଶସା କରିଥିଲେ। 

ଏହାସହ ବଜା , ବାଦ୍ୟ କୁ ମଧ୍ୟ ପ୍ରଶଂସା କରିଥିଲେ। ଛେରଛେରା, ପୁସପୁନୀ ପ୍ରମୁଖ ସଂସ୍କୃତି କୁ ମନେପକାଇଲେ । ପୂର୍ବକାଳରେ ଲୋକ ଙ୍କ ସମସ୍ୟା ଥିଲା , ଭୋକ ଉପବାସ ଥିଲା ହେଲେ ସେଥିରେ ଖୁସି ଭରି ରହିଥିଲା ଏହି ମହାନ ପରମ୍ପରାକୁ ଜିବୀତ ରଖିବା ପାଇଁ ପଦ୍ମପୁର ଉଦ୍ଯମ କରିଛି ବୋଲି ପଦ୍ମପୁର ଲୋକ ମହୋତ୍ସବ କୁ ପ୍ରଶଂସା କରିଥିଲେ। 

ଏହାସହ ସରକାରୀ ଆବାସ ଯୋଜନାର ସହଯୋଗ ଲୋକ ନିଅନ୍ତୁ ବୋଲି କହି ତାଙ୍କ ବକ୍ରବ୍ଯ ର ବିରାମ ଦେଇଥିଲେ। କଳା ଓ କଳାକାର ଙ୍କର ଏହି ମାଟି ରେ ସାଂସ୍କୃତିକ କଳା ର ମହକ ର ବାସ୍ନା ସୁବାସିତ କରିବା ପାଇଁ ଏହି ମହା ମଞ୍ଚ ଭଳି କାର୍ଯ୍ୟକ୍ରମ ର ଆୟୋଜନ କୁ ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥି ମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ବିଶ୍ୱ ସ୍ତରୀୟ ହେଉ ବୋଲି ଶୁଭେଚ୍ଛା ଦେଇଥିଲେ। 

କ୍ଳବ ର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରତ୍ୟୁଷ ମିଶ୍ର ପ୍ରଥମେ ଏକ ଭଜନ ରୁ ସନ୍ଧ୍ୟା ଆରମ୍ଭ କରିଥିଲେ।

 ମହୋତ୍ସବ ପର୍ବ ପୂର୍ବରୁ ମହୋତ୍ସବ କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ସହ ଚିକିତ୍ସା ପାଇଁ ଲୋକେ କେବେ ଯେମିତି ହଇରାଣ ନହେବେ ଏବଂ ଜୀବନ ବିନ୍ଦୁ ସଦୃଶ୍ୟ ରକ୍ତ ଦାନ ର ମହତ୍ୱ ଯେମିତି ସମସ୍ତେ ବୁଝିବେ ସେହି ପ୍ରୟାସ ରେ ଏହି ଶିବିର ଆୟୋଜିତ ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ବ୍ରହ୍ମ କୁମାରୀ ଆଶ୍ରମ ପକ୍ଷରୁ ଲାଇଭ ଷ୍ଟେଚ୍ୟୁ ପ୍ରଦର୍ଶନ ମଧ୍ୟ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ବାଲୁକା ଶିଳ୍ପୀ ଅଭିଷେକ ଙ୍କ ବାଲୁକା କଳା ଦେଖିବା ପାଇଁ ପ୍ରତି ଦିନ ଲୋକଙ୍କ ଖୁବ ଭିଡ଼ ଜମୁଛି। 

ଆଜିର ସାଂସ୍କୃତିକ ପର୍ବ ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଶଣ ସହ ଚୁମକୁ ଚୁମା ସାଂସ୍କୃତିକ ଅନୁଷ୍ଠାନ ନିଜର ପରମ୍ପରିକ ନୃତ୍ୟ , ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାଂସ୍କୃତିକ ଦଳ, କଟକ ନଟରାଜ ନୃତ୍ୟ ବିଦ୍ୟାଳୟ ଅନୁଷ୍ଠାନ, ମା ଅମ୍ବିକା ସାଂସ୍କୃତିକ ଅନୁଷ୍ଠାନ, ଗଜାନନ ସୁନା ଏବଂ ଦଳ, ବଲାଙ୍ଗିର ଢୋଲ ମହୁରି ସାଂସ୍କୃତିକ ଅନୁଷ୍ଠାନ, ଏବଂ କୁରେଫୁଲ ଅନୁଷ୍ଠାନ ସାନ ସାହାଯ ବାହାଲ ନିଜର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକ ଙ୍କୁ ବେଶ ମୁଗ୍ଧ କରିଥିବା ବେଳେ ପଶ୍ଚିମ ବଙ୍ଗ ର ପୁରଲିଆ ଛଉ ନୃତ୍ୟ ଓ ଆସାମ ଦଳ ର ବିହୁ ନୃତ୍ୟ ମଞ୍ଚରେ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟି ଥିଲା। 

ତେବେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ରେ କଳାକାର ରାଜେଶ ଗୁର୍ଲ୍ଲା, ରମେଶ ଗୁର୍ଲ୍ଲା, ଓ ସୁରେନ୍ଦ୍ର ସାହୁ ଙ୍କ ସହ ସଂଗୀତ ସମିତି ପଦ୍ମପୁର ର ସମସ୍ତ ସଦସ୍ୟ ବାଦ୍ୟ ଯନ୍ତ୍ର ପରିଚାଳନା କରିଥିଲେ। ପଦ୍ମପୁର ଅଂଚଳ ର ଜନସାଧାରଣ ଙ୍କୁ ଟ୍ରାଫିକ ସିଖାଇ ଭେଉରିଆଛକ ଠାରେ ପଦ୍ମପୁର ସହରର ଟ୍ରାଫିକ ନିୟନ୍ତ୍ରଣ କରି ଆସୁଥିବା ଓ ସାମାଜିକ ଟ୍ରାଫିକ ସଚେତନତା କ୍ଷେତ୍ର ରେ ନିଜର ଅତୁଳନୀୟ ଅବଦାନ ପାଇଁ ଶ୍ରୀ ପୁର୍ଣ ଚନ୍ଦ୍ର ପଟେଲ ଙ୍କୁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା, ସେହି ପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ବିଭିର୍ନ ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବ ର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନୁବାଦ ଜଣାଇଥିଲେ ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post