ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ତୃତୀୟ ଦିନ ମଞ୍ଚ ରେ ଭଟଲି ବିଧାୟକ ଇରାଶିଶ...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ତୃତୀୟ ଦିନ ମଞ୍ଚ ରେ ଭଟଲି ବିଧାୟକ ଇରାଶିଶ...


ବରଗଡ଼,୨୦/୧୨ : ପଦ୍ମପୁର  ଟାଉନ କ୍ଳବ ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବର ଆଜି ତୃତୀୟ ଦିନ ସନ୍ଧ୍ୟା ରେ ଭଟଲି ନିର୍ବାଚନମଣ୍ଡଳୀ ର ଲୋକପ୍ରିୟ ବିଧାୟକ  ଇରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଧି ବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ ପର୍ବ କୁ ଶୁଭ ଉଦଘାଟନ କରିଥିଲେ।

Ad..


କଳା ଓ କଳାକାର ଙ୍କର ବୋଡ଼ା ସମ୍ବର ମାଟି ରେ ସାଂସ୍କୃତିକ କଳା ର ମହକ ସାରା ବିଶ୍ୱ କୁ ମହାକାଇବା ପାଇଁ ଆୟୋଜିତ ଏହି ମହା ମଞ୍ଚ କୁ ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥି ମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ଲୋକପ୍ରିୟତା ଜନସ୍ତରୀୟ ହେଉ ବୋଲି ଶୁଭେଚ୍ଛା ଦେଇଥିଲେ। 

     Ad..


ଟାଉନ୍ କ୍ଳବ ର ସଭାପତି ଯୁବ ନେତା ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ  ନୃସିଂହନାଥ ମହାପ୍ରଭୁ ମାର୍ଯାରକେଶରୀ ଙ୍କ  ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ ଓ ପୂଜାର୍ଚ୍ଚନା କରିଥିବା ବେଳେ କଣ୍ଠଶିଳ୍ପୀ ଶକ୍ତି ସ୍ୱରୂପା ପଣ୍ଡା ପ୍ରଥମେ ଏକ ଭଜନ ରୁ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ‌ସ୍ଥାନୀୟ ଜେନିଥ ଲାୟନ୍ସ ଗୁରୁକୁଲ ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। 

ସଂକୃତିକା ପୁରୋହିତ, ଟ୍ୱିଙ୍କିଲ ପଧାନ, ସୁରଟ ଗୁରୁ ଓ ମନିସ ରଥ ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଲାଇ ଥିଲେ।  ସାଂସ୍କୃତିକ ପର୍ବ ପୂର୍ବରୁ ସମ୍ବଲପୁରୀ ବାନ୍ଧ କଳା ଓ ପୋଷାକ କୁ ନେଇ ବିଶେଷ ଆକର୍ଷଣ ଭାବରେ ଏକ ରେମ୍ପ ଶୋ ପ୍ରଥମ କରି ଆୟୋଜିତ ହୋଇଥିଲା।

 ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଆଇକନ ଫେସନ କ୍ରି୍ୟୁ ଗ୍ରୁପ ର ମୋଡେଲ ମାନଙ୍କ ସହ ସ୍ଥାନୀୟ ଅଞ୍ଚଳ ର ବୋହୁ ପୁଅ, ଝିଅ , ଛାତ୍ର ଛାତ୍ରୀ ମାନେ ମୋଡେଲ ଭାବରେ ଯୋଗଦେଇ ରେମ୍ପ ରେ ଚାଲିଥିବା ବେଳେ କ୍ଳବ ପକ୍ଷରୁ ସୁରେଶ ସାହୁ, ଟେନିସ ପଣ୍ଡା ଏବଂ  ସୋମେଶ ଚନ୍ଦ୍ର ମହାନ୍ତି ଏହି ରେମ୍ପ ଶୋ ର ସଂଯୋଜନା କାର୍ଯ୍ୟ ତୁଲାଇ ଥିଲେ।

ଆଜିର ସାଂସ୍କୃତିକ ପର୍ବ ରେ କଣ୍ଠଶିଳ୍ପୀ ସନ୍ଧ୍ୟାରାଣୀ ପାଟଯୋଷୀ ଙ୍କ ଦ୍ୱାରା ରସ ଜାମୁଡାଳି ସଂଗୀତ ପରିବେଶଣ ସହ ପୁରୀ ନୃସିଂହ ସାଂସ୍କୃତିକ ଅନୁଷ୍ଠାନ ନିଜର ପରମ୍ପରିକ ଘଟ ନୃତ୍ୟ , ଚନ୍ଦ୍ରାବତୀ ମେହେର ବିଦ୍ୟାଳୟ ସାଂସ୍କୃତିକ ଦଳ, କଟକ ନଟରାଜ ନୃତ୍ୟ ବିଦ୍ୟାଳୟ ଅନୁଷ୍ଠାନ ର ଲାବନି , ଉପକାର କଳା ପରିଷଦ ବଲାଙ୍ଗିର ର ଘୁଡକା ନାଚ, ଘେଁସ ସାଂସ୍କୃତିକ ଅନୁଷ୍ଠାନ ର ଦୁଲା ବିହା ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ସହ ଦର୍ଶକ ଙ୍କୁ ବେଶ ମୁଗ୍ଧ କରିଥିବା ବେଳେ ପଶ୍ଚିମ ବଙ୍ଗ ର ପୁରଲିଆ ଛଉ ନୃତ୍ୟ ମଞ୍ଚରେ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟି ଥିଲା।

ମଞ୍ଚ ନାଟକ କଳା କ୍ଷେତ୍ର ରେ ନିଜର ଜୀବନ ଉତ୍ସର୍ଗ କରିଥିବା ଓଡ଼ିଶା ର ବିଶିଷ୍ଟ କଳାକାର ପଦ୍ମପୁର ମେହେର ପଡ଼ାର ବିଶ୍ରାମ ମେହେର ଙ୍କୁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା, ସେହି ପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ଯ  ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ରହିଥିବା ରୁ କ୍ଳବ ର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଜଣାଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post