ସହିଦ ମାଧୋ ସିଂ କୃଷକ ସଂଗଠନ ର ବିଭିନ୍ନ ମଣ୍ଡି ପରିଦର୍ଶନ...
ବରଗଡ଼,୨୦/୧୨ : ସହିଦ ମାଧୋ ସିଂ କୃଷକ ସଂଗଠନ ର ଛୁରିଆପାଲି, ତବଡ଼ା, ପଣ୍ଡାକିପାଲି, ଝର, ଘେଁସ ଆଦି ମଣ୍ଡି ପରିଦର୍ଶନ କରିଛନ୍ତି। ଗତ ବର୍ଷ ତୁଳନା ଚଳିତ ବର୍ଷ ଚାଷୀମାନେ ସଫା ଶୁଖିଲା ଧାନ ମଣ୍ଡି କୁ ଆଣୁଛନ୍ତି ହେଲେ ପ୍ରତେକ ମଣ୍ଡିରେ କ୍ୟୁଣ୍ଟାଲ ପ୍ରତି ଦୁଇ କେଜି ଧାନ କାଟୁଥିବା ଚାଷୀ ମାନେ ପ୍ରକାଶ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଏଫ ଏ କ୍ଯୁ ଧାନ ରେ କଟିଙ୍ଗ ହେଉନଥିବା ପ୍ରକାଶ କରିଛନ୍ତି।
Ad..
ପ୍ରାୟ ମଣ୍ଡିରେ ମଣ୍ଡି ହେଣ୍ଡଳୀଙ୍ଗ ହେଉନାହିଁ ଚାଷୀର ବସ୍ତା ରେ ଚାଷୀ ଧାନ ଆଣୁଛନ୍ତି ଏବଂ ସେହି ବସ୍ତା ରେ ମିଲ କୁ ଧାନ ଯାଉଛି ତାହା ବସ୍ତା ର ଓଜନ କୁ ଧାନ ଓଜନ ସହିତ ଯୋଡିଦିଆ ଯାଉଛି । ମଣ୍ଡିରୁ କିଛି ମିଲରଙ୍କ ଟାର୍ଗେଟ ଥାଇ ମଧ୍ୟ ଠିକ ହିସାବରେ ଧାନ ଉଠାଉ ନାହାନ୍ତି ଯାହାକି ଚାଷୀ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି।
Ad..
ଜମି ତୁଳନାରେ ଟୋକନ କମ ଆସିଛି,କିଛି ଚାଷୀଙ୍କ ଜାନୁଆରୀ, ଫେବୃଆରୀ ମାସରେ ଧାନ ବିକ୍ରି ଟୋକନ ଆସିଛି ଏବଂ ବହୁତ ଚାଷୀଙ୍କ ଏପର୍ୟନ୍ତ ଟୋକନ ଆସି ନାହିଁ। ପାଣି ପାଗ ବିଭାଗ ପକ୍ଷରୁ ବର୍ଷା ପାଇଁ ସତର୍କ କରାଇ ଥିବାରୁ ଚାଷୀ ମାନେ ଶୀଘ୍ର ଧାନ ଉଠେଇ ନେବା ପାଇଁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଖୋଲା ଆକାଶ ତଳେ ପଦ୍ମପୁର ଆର ଏମ ସି ଅଧୀନରେ ଅଢେଇ ଲକ୍ଷ ପକେଟ ଧାନ ପଡ଼ିରହିଛି।
ପରିଦର୍ଶନରେ ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର, ରାଜବୋଡାସମ୍ବର କୃଷକ ସଂଗଠନ ର ଲିଙ୍ଗରାଜ ପଧାନ, ମାଧୋ ସିଂ କୃଷକ ସଂଗଠନ ର ପ୍ରଭାତ ସାହୁ, ପ୍ରେମରାଜ ସାହୁ, ଅରକ୍ଷିତ ମହାକୁର, କ୍ଷୀରୋଦ୍ର ପଟେଲ, ଅରୁଣ ବାରିକ, ସୁଶାନ୍ତ ସାହୁ,ମହକି ଚୌହାନ, ମିନି ବାରିକ, ନିର୍ମଳ ପଟେଲ, ସଂଜୀବ ପଧାନ, ବାବଲୁ ପଧାନ, ଲକ୍ଷ୍ୟପତି ସାହୁ, ମୋହନ ଦୀପ, ସନମ ସାହୁ ସାମିଲ ହୋଇଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
farmers association
latest news
latest update
mandi visit
odisha daily current affairs
sahid madhou singh



