ମହିଳା ଙ୍କ ତଣ୍ଟିକଟା ଶବ ଉଦ୍ଧାର , ଅଭିଯୁକ୍ତ ଙ୍କୁ ଧରି ପାରିନାହିଁ ପୋଲିସ...

ମହିଳା ଙ୍କ ତଣ୍ଟିକଟା ଶବ ଉଦ୍ଧାର , ଅଭିଯୁକ୍ତ ଙ୍କୁ ଧରି ପାରିନାହିଁ ପୋଲିସ...


ବରଗଡ଼,୨୧/୧୨ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜେନକେଡା ଗ୍ରାମ କଲୋନୀ ପଡାରେ ସ୍ବାମୀ ନିଜ ପତ୍ନୀର ତଣ୍ଟିକାଟି ହତ୍ୟା କରି ଫେରାର  ହୋଇଥିବା ପରିବାର ତରଫରୁ ଅଭିଯୋଗ ଉଠିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରୋ ଚନ୍ଦ୍ରକାନ୍ତି ସାହୁ କୁ ରାତିରେ  ଧାରୁଆ ଅସ୍ତ୍ରରେ ତାର ସ୍ବାମୀ ରାମ ସାହୁ ତଣ୍ଟି କାଟି ଦେଇଥିବା ସନ୍ଦେହ କରୁଛି ପୋଲିସ। 

             Ad..


ରାତିରେ ଦୁହିଜଣ ଶୋଇଥିବା ସମୟରେ ସେ ଏହି କାଣ୍ଡ ଘଟାଇ ଥିବା ଅନୁମାନ କରାଯାଉଛି । ଶବକୁ ଦେଖି ଓ ଦୁର୍ଗନ୍ଧରୁ  ଦୁଇଦିନ ପୂର୍ବରୁ ହତ୍ୟା କରିଥିବା ପୋଲିସ ଅନୁମାନ କରିଛି । ଅଭିଯୁକ୍ତ ଜଣକ ହତ୍ୟା କରି ଫେରାର ହୋଇଯାଇଛି। 

    Ad..


ପାରିବାରିକ କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ କଳହରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରିଛି ।ଘଟଣାସ୍ଥଳରେ ଗାଇସିଲେଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏଭଳି ଏକ ହତ୍ୟାକାଣ୍ଡ ଘଟଣା ଘଟି ଦୁଇଦିନ ଧରି ପୋଲିସ କୈାଣସି ସୂଚନା ପାଇନଥିବା ରୁ ପୋଲିସ ର କାର୍ଯ୍ୟକ୍ଷମତା କୁ ନେଇ ନାନା ଆଲୋଚନା ହେଉଛି। 

ଘଟଣା ଘଟାଇ ଅଭିଯୁକ୍ତ ଫେରାର ହେବା ଦୁଇଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ହତ୍ୟାକାରୀ କିଏ ପୋଲିସ ତାକୁ ଗିରଫ କରିପାରି ନାହିଁ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post