ଫିଟ୍ ଇଣ୍ଡିଆ ସପ୍ତାହ ୬.୦ କ୍ରୀଡ଼ା ଉତ୍ସବ ପାଳିତ...

ଫିଟ୍ ଇଣ୍ଡିଆ ସପ୍ତାହ ୬.୦ କ୍ରୀଡ଼ା ଉତ୍ସବ ପାଳିତ...


ବରଗଡ଼,୧୮/୧୨ : ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତ ମହାବିଦ୍ୟାଳୟରେ 'ଫିଟ୍ ଇଣ୍ଡିଆ ସପ୍ତାହ ୬.୦' କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି ।  ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍ ଘାଟନ କରିଥିଲେ । 

            Ad..


ଉଭୟ ନାଟ୍ୟ ଓ କ୍ରୀଡ଼ା ସଂସଦର ମିଳିତ ସହଯୋଗରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମିତ୍ତ ଉଦ୍ଦିଷ୍ଟ ଏହି କ୍ରୀଡ଼ା ଉତ୍ସବରେ କବାଡି, 'ଖୋ-ଖୋ', ବ୍ୟାଡ୍ ମିଣ୍ଟନ୍, ଶହେ ମିଟର ଦୌଡ, ମନ୍ଥର ସାଇକେଲ୍ ଚାଳନା ପ୍ରତିଯୋଗିତା ଆୟୋଜିତ ହୋଇଥିଲାବେଳେ ବ୍ୟାଡ୍ ମିଣ୍ଟନ୍ ବାଳକ ଗ୍ରୁପ୍ ରେ ଶ୍ରାବଣ ସାମଲ ଓ ନିହାର ଗରତିଆ ପ୍ରଥମ, ସାଇମନ ସାହୁ ଓ ଶୁଭ୍ରାଂଶୁ ଶେଖର କୁମାର ଦ୍ବିତୀୟ , ଧନଞ୍ଜୟ ପଧାନ ଓ ଆକାଶ ସାହୁ ତୃତୀୟ ; ବାଳିକା ଗ୍ରୁପ୍ ରେ ଐଶ୍ୱର୍ଯ୍ୟା ପାଣ୍ଡେ ପ୍ରଥମ, ଆରତୀ ଶିକା ଦ୍ବିତୀୟ ଓ ମୌସୁମୀ ଦେହୁରୀ ତୃତୀୟ ସ୍ଥାନ ହାସଲ କରିଥିଲେ।

    Ad..


ଠିକ୍ ସେହିପରି  ବାଳିକାମାନଙ୍କ ଧୀର ସାଇକେଲ୍ ଚାଳନା ପ୍ରତିଯୋଗିତାରେ ଆରତୀ ଥାପା ପ୍ରଥମ, ଐଶ୍ୱର୍ଯ୍ୟା ରାୟ ଦ୍ବିତୀୟ ଓ ବିନ୍ଦି ନାଗ ତୃତୀୟ; ଶହେ ମିଟର ଦୌଡ ପ୍ରତିଯୋଗୀତାରେ ବାଳକ ଗ୍ରୁପ୍ ରେ ଆୟୁଷ୍ମାନ ଗରତିଆ ପ୍ରଥମ,ଜିତ୍ ଗରୁଡ ଦ୍ବିତୀୟ ଓ ରଶୋନ ସାହୁ ତୃତୀୟ; ବାଳିକା ଗ୍ରୁପ୍ ରେ ଜୁଲି ବାଗ୍ ପ୍ରଥମ, ସିପ୍ରା ସାହୁ ଦ୍ବିତୀୟ ଓ ଝୁମା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। 

କ୍ରୀଡା ଶିକ୍ଷକ ଶ୍ରୀ ତନ୍ମୟ ସାହୁଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ା ଆୟୋଜିତ ହୋଇଥିଲାବେଳେ ଧାରା ବିବରଣୀ ଉଦ୍ ଘୋଷଣା କରିଥିଲେ ଅଧ୍ୟାପକ ଶ୍ରୀ ଅଜିତ କୁମାର ସାହୁ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ  ଆଗାମୀ ମହାବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବରେ ପୁରସ୍କୃତ କରାଯିବ ବୋଲି ମନୋନୀତ ନୋଡାଲ ଅଫିସର ସହକାରୀ ପ୍ରଫେସର ପଙ୍କଜିନୀ ରାୟ ପ୍ରକାଶ କରିଥିଲେ। 


ପରିଶେଷରେ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସେଠ୍, କ୍ରୀଡ଼ା ସଂସଦର ସଭାପତି ପ୍ରଫେସର ସୁବଳ ମେହେର ଉପସ୍ଥିତ ରହି ପ୍ରତିଯୋଗୀ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲାବେଳେ ପ୍ରଶାସନିକ ମୁଖ୍ୟ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର  ଫିଟ୍ ଇଣ୍ଡିଆ ସପ୍ତାହର ଶପଥ ପାଠ କରାଇଥିଲେ । 

 ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ଡକ୍ଟର ବିଭୂତି ଭୂଷଣ ଶତପଥୀ, ମାନଭଞ୍ଜନ ପାଣିଗ୍ରାହୀ,କବିତା ସା, ଛନ୍ଦାରାଣୀ ବେସେନ୍ , ଏବଲିନ୍ ନମିତା ବା, ଡକ୍ଟର ସୁରେଶ କୁମାର ମାଝୀ, ଡିଲେଶ୍ବର ସାହୁ, ପ୍ରଭାସ କୁମାର ଭୋଇ, ଅନିନ୍ଦିତା ନନ୍ଦ, କ୍ରିଷ୍ଣକାନ୍ତ ଲାହାଙ୍ଗିର, ଡକ୍ଟର ପୁଷ୍ପିତାରାଣୀ ବେହେରା, ଝରଣା ବିଶ୍ବାଳ, ବାସନ୍ତୀ ମେହେର, ରୋଶନୀ ତିର୍କି, ବେନାଜିର ଖାତୁନ୍, ରୀତି ଖେଡିଆ, ଗଜିନ୍ଦ୍ର ରଣା, ଅର୍ଚ୍ଚନା ନାଏକ, ଡୋଲି ସାହୁ, ହୃଦାନନ୍ଦ ଭୁଏ ପ୍ରମୁଖ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post