ନବପ୍ରଭାତ ବିଦ୍ୟାୟତନ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ...

ନବପ୍ରଭାତ ବିଦ୍ୟାୟତନ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ...


ବରଗଡ଼,୧୯/୧୨ : ନବପ୍ରଭାତ ବିଦ୍ୟାୟତନ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ଆୟୋଜକ ଥିଲେ ଶ୍ରୀ ନିରଞ୍ଜନ ମହାପାତ୍ର, ଶ୍ରୀଯୁକ୍ତ ରବିଶଙ୍କର ପଧାନ ଏବଂ ଶ୍ରୀ ଦେବାଶିଷ ନାୟକ।

Ad..


 ଏହି ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ରେ ନବପ୍ରଭାତ ର ତିନୋଟି ଶାଖା ଯଥା -ନବପ୍ରଭାତ ବିଦ୍ୟାୟତନ, ନବପ୍ରଭାତ ଗୁରୁକୁଳ, ସ୍ୱର୍ଯ୍ୟୋତି କନ୍ୟା ଗୁରୁକୁଳ ର ଛାତ୍ରଛାତ୍ରୀ ମାନେ ୧୮୦ ଟି ପ୍ରକଳ୍ପ ସହ ଅଂଶଗ୍ରହଣ କରି ବିଜ୍ଞାନ କ୍ଷେତ୍ର ରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ।

    Ad..


ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବିଚାରପତି ଭାବେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ର ଉଦ୍ଭିଦ ବିଜ୍ଞାନ ବିଭାଗ ର ଅଧ୍ୟାପକ ଦୟାନିଧି ବଗର୍ତ୍ତୀ, ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ପାଇକମାଳ ର ରସାୟନ ବିଭାଗ ର ଅଧ୍ୟାପକ ଫିରୋଜ କୁମାର ସାହୁ, ପଂଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ଗାଇସିଲାଟ ର ଅଧ୍ୟାପକ ସୁବାଷ ଚନ୍ଦ୍ର ମାଝୀ, ଝିଟିକି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁନିକେଲ ର ଅବସର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ,ଇଚ୍ଛା ପାଳି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ଶ୍ରୀ ଲାବଣ୍ୟ ପଧାନ, ପଣ୍ଡରୀ ପାଳି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ଦିଲ୍ଲୀପ ମିଶ୍ର ତାଙ୍କର କାର୍ଯ୍ୟ ସମ୍ପାଦନ କରିଥିଲେ। 

ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥା, ଆମେରିକା ର ବୈଜ୍ଞାନିକ ଶ୍ରୀଯୁକ୍ତ କାର୍ତ୍ତିକ ପଧାନ ନିଜର ସମ୍ଭାଷଣ ଦ୍ୱାରା ବିଦ୍ୟାର୍ଥୀ ମାନଙ୍କ ଦକ୍ଷତା ର ପ୍ରଶଂସା କରି ବିଜ୍ଞାନ କ୍ଷେତ୍ର ରେ ଆଗେଇ ଯିବା ପାଇଁ ପଥ ପ୍ରଦର୍ଶନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଏବିଇଓ  ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ, ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ମହୀପାଳ ସ୍ୱାଇଁ, ନବପ୍ରଭାତ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଆଚାର୍ଯ୍ୟ ଭଗବାନ ଦେବ ଅଂଶ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ର 'କ 'ବିଭାଗ ର ବିଜେତା ଲକ୍ଷ୍ମୀକାନ୍ତ ସାହୁ, ସ୍ନେହା ମେହେର ଏବଂ ଆଭା ବଂଶଳ, ଆସିକା ସ୍ୱାଇଁ ଏବଂ ରିକା ସାହୁ, 'ଖ' ବିଭାଗ ର ଶ୍ରେୟା ବିଶ୍ୱାଳ, ସୁମିତ ଭୋଇ ଏବଂ ରୋହନ ନାୟକ, ଅମିତ ସେଠି ଏବଂ ସଂଗ୍ରାମ ବେହେରା 'ଗ ' ବିଭାଗ ର ବିଜେତା ଅନୁପମ ମେହେର, ଶ୍ରୀ ମେହେର ଏବଂ ପୂଜନ ପ୍ରଭା ଦଳେଇ, 'ଘ ' ବିଭାଗ ର ବିଜେତା ଆରୋହୀ ମେହେର, ପ୍ରଭାସ ସାହୁ, ଅଙ୍କିତ ମେହେର, 'ଙ ' ବିଭାଗ ର ବିଜେତା ଆରାଧ୍ୟା ପଧାନ, ତେଜସ ପଧାନ, ରିୟାଂଶ ସାହୁ ହୋଇଥିଲେ। 

ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ଲଷ୍ମୀକାନ୍ତି ଭୋଇ ମଞ୍ଚ ସଂଚାଳନ କରିଥିଲେ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ର କର୍ମୀମାନେ କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିଲେ। ପରିଶେଷ ରେ ଶ୍ରୀ ଦୀପକ କୁମାର ଭୋଇ ଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ର ପରିସମାପ୍ତି ହୋଇଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post