ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ର ସାଂସ୍କୃତିକ ପର୍ବ ଉଦଘାଟିତ...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ର ସାଂସ୍କୃତିକ ପର୍ବ ଉଦଘାଟିତ...


ବରଗଡ଼,୧୮/୧୨ :  ଆଜି ସନ୍ଧ୍ୟା ରେ ଟାଉନ କ୍ଳବ ପଦ୍ମପୁର ଦ୍ବାରା ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବୋଡ଼ା ସମ୍ବର ଅଂଚଳ ର ଲୋକ କଳା, ଲୋକ ଗୀତ, ନୃତ୍ୟ,ସଂସ୍କୃତି, ପରମ୍ପରା କୁ ଉଦଯିବିତ ରଖିବାର ଉଦ୍ଦେଶ୍ୟ ନେଇ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ମହୋତ୍ସବ ପ୍ରଥମ ଦିନ ର ଶୁଭ ଉଦଘାଟନୀ ଦିବସରେ ସମ୍ବଲପୁର ଉତ୍ତରଞ୍ଚଳ ଆର.ଡି.ସି. ସଚିନ ରାମଚନ୍ଦ୍ର ଯାଦବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଧି ବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବ ର ସାଂସ୍କୃତିକ ପର୍ବ କୁ ଉଦଘାଟନ କରିଛନ୍ତି। 

             Ad..


ମୁଖ୍ୟ ଅତିଥି ଯାଦବ ତାଙ୍କ ବକ୍ତବ୍ୟରେ ଲୋକ ମହୋତ୍ସବ କୁ ଶୁଭେଚ୍ଛା ଶୁଭକାମନା ଜଣାଇବା ସହ ଏ ଅଞ୍ଚଳ ହେଉଛି କଳା ଓ ସାଂସ୍କୃତିକ ର ଅଞ୍ଚଳ ଏଣୁ ଏହି ପରି ଆୟୋଜନ କଳାକାର ଙ୍କ ବିକାଶ ଏବଂ ହଜି ଯାଉଥିବା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ବୋଲି କହିଥିବା ବେଳେ ଲୋକେ ମହୋତ୍ସବ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ ଏହି ମହୋତ୍ସବ ସହ ଜଡ଼ିତ ବାଣିଜ୍ୟ ମେଳା ଆର୍ଥିକ ଦୃଷ୍ଟିରୁ ମଧ୍ୟ ବ୍ଯବସାୟୀ ଙ୍କୁ ସୁଦୃଢ କରି ସ୍ଥାନୀୟ ବ୍ଯବସାୟ ଓ ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ଯବସାୟୀ ଙ୍କୁ ରୋଜଗାର ଯୋଗାଇ ପାରୁଛି। 

    Ad..


ମୋଟାମୋଟି ଭାବରେ ଏହି ପଦ୍ମପୁର ଲୋକ ମହୋତ୍ସବ ସବୁ ଦୃଷ୍ଟିରୁ ଗୁଣାତ୍ମକ ହୋଇପାରିଛି। ପ୍ରଶାସନିକ ଦୃଷ୍ଟି କୋଣରୁ ଅଂଚଳ ର କଳା ସଂସ୍କୃତି ଓ ପରମ୍ପରାର ବିକାଶ ପାଇଁ ଯାହା ସମ୍ଭବ ସହଯୋଗ କରିବା ପାଇଁ ମତବ୍ୟକ୍ତ କରି ମହୋତ୍ସବ ର ଉତ୍ତରୋତ୍ତର କାମନା କରି ଆଗକୁ ଆହୁରି ଭଲ ଓ ସୁନ୍ଦର ଆୟୋଜିତ ହେବା ଉଚ୍ଚିତ ବୋଲି କହିଥିଲେ। 

ସମ୍ମାନିତ ଅତିଥି ଭାବରେ ପଦ୍ମପୁର ଏ.ଡି.ଏମ୍. କୁଣାଲ ମୋତିରାମ ଚୌହାଣ , ଉପ-ଜିଲ୍ଲାପାଳ ସ୍ନେହା ଅରୁଗୁଳା ଆଇ ଏ ଏସ ଯୋଗ ଦେଇ ମହୋତ୍ସବ ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଟାଉନ୍ କ୍ଳବ ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇ ଏହି ଲୋକ ମହୋତ୍ସବ ବୋଡ଼ା ସମ୍ବର ଅଂଚଳବାସୀ ଙ୍କ ଓ ଏଥିପାଇଁ ସମସ୍ତ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ।ମହୋତ୍ସବ ର ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟାଉନ୍ କ୍ଲବ ସମ୍ପାଦକ କୁନାଲ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ । 

କାର୍ଯ୍ୟକ୍ରମ ଶୁଭାରମ୍ଭ ରେ ପ୍ରଥମେ ସମସ୍ତ ଅତିଥି ମାଁ ସମଲେଶ୍ଵରୀ ଓ  ନୃସିଂହନାଥ ମାର୍ଜାରକେଶରୀ ଙ୍କୁ ଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରି ଉଦ୍ଘାଟନ କରିଥିଲେ ।କଣ୍ଠଶିଳ୍ପୀ ପ୍ରତ୍ୟୁଷ ମିଶ୍ର ସମଲେଇ ଭଜନ ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଟଙ୍କିକିଆ ସଂଗୀତ ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ‌। 

ଆଜିର ପର୍ବ ରେ ସୋନପୁର ର ଶୁଆଙ୍ଗ ସାଂସ୍କୃତିକ ଅନୁଷ୍ଠାନ , ବାଳିକା ଉଚ୍ଚ ବିଦ୍ୟାଳୟ ସାଂସ୍କୃତିକ ଦଳ, ସର୍ବୋଦୟ ଉଚ୍ଚ ବିଦ୍ୟାଳୟ ଲୁଇସିଙ୍ଗା, ମହିଳା ମହା ବିଦ୍ୟାଳୟ ପଦ୍ମପୁର, ଅତାବିରା କୁରଫୁଲ ସାଂସ୍କୃତିକ ଅନୁଷ୍ଠାନ, ପ୍ରକାଶ ସାହୁ ଏବଂ ଅନୁଷ୍ଠାନ, ସ୍ଵାରଙ୍ଗିନୀ ସାଂସ୍କୃତିକ ଅନୁଷ୍ଠାନ ଛତିଶଗଡ଼, ପଦ୍ମପୁର ଜେନିଥ ଲୟନ୍ସ ଗୁରୁକୁଳ ର ସାଂସ୍କୃତିକ ଦଳ ନିଜର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ସହ ଦର୍ଶକ ଙ୍କୁ ବାନ୍ଧି ରଖିଥିବା ବେଳେ ନବ ପ୍ରଭାତ ବିଦ୍ୟାଳୟ ନୂଆପାଲି ର ଛାତ୍ର ମାନଙ୍କର ଆଖଡ଼ା ଓ ଯୋଗାସନ ପ୍ରଦର୍ଶନ ସମସ୍ତଙ୍କ ମନ ବେଶ ମୁଗ୍ଧ କରିଥିଲା।



Report : Bijay ku sahu

Edited by k.s thakur...



Post a Comment

Previous Post Next Post