ନିଉଜ ପେପର ହକର ୟୁନିଅନର ବନ୍ଧୁ ମିଳନ...

ନିଉଜ ପେପର ହକର ୟୁନିଅନର ବନ୍ଧୁ ମିଳନ...


ବରଗଡ଼,୦୯/୧୨ : ସୋମବାର ଗତକାଲି ରବିବାର ଦିନ ବରଗଡ଼ ଉପକଣ୍ଠ ତୁରୁଙ୍ଗା ସ୍ଥିତ ମାଁ ବୈଷ୍ଣୋଦେବୀ ପୀଠ ନିକଟରେ ବରଗଡ଼ ନିୟୁଜପେପର ହକର ୟୁନିଅନର ପକ୍ଷରୁ ସଭାପତି ଗୋବିନ୍ଦ ଦୂରଦସ ଙ୍କ ସଭାପତିତ୍ବରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

              Ad..


ନିଉଜ ପେପର ହକର ୟୁନିଅନ କୁ ଆହୁରି କ୍ରୀୟାଶୀଳ ଓ ସଂଗଠିତ କରିବାକୁ ସଭାରେ ଆଲୋଚନା ହୋଇଥିଲା ।ୟୁନିଅନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲିି ନିଷ୍ପତି ନିଆଗଲା।

     Ad..


ୟୁନିଅନର ସମସ୍ତ ସଦସ୍ୟ ଏବଂ କର୍ମକର୍ତ୍ତା ଏକତ୍ରିତ ହୋଇ ୟୁନିଅନକୁ ଆହୁରି ସୁଦୃଢ଼ କରିବା ପାଇଁ ମତପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନୀଳାଞ୍ଚଳ ଘିବେଲା,ନିବାସ ବାଗ, ଗଣେଶ ପଟେଲ, ଦେବାନନ୍ଦ ସୁନା,ବିଶ୍ବେସ୍ବର ଭାଇନା, ମୋହନ କଲେତ,ଦେବ ନାରାୟଣ ଦାଶ, ସୁନୀଲ ଷଣ୍ଢ, ସୁନୀଲ ନାଗ, ସମୀର କୁମ୍ଭାର,ଅଜୟ ଛତର, ପ୍ରଶାନ୍ତ ଗୋଛାୟତ,ରିତୁ ଦୂରଦସ, ସୂର୍ଯ୍ୟ କାନ୍ତ ମଲ୍ଲିକ, ଚନ୍ଦନ ଭୁଏ, ମାନସ ବିଭାର, ଅଂଶୁମାନ ମାଝୀ, ମୁନା, ଗଙ୍ଗାଧର କନ୍ଧେର ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ଏହା ପୂର୍ବରୁ କୋଷାଧ୍ୟକ୍ଷ ବିଶ୍ବନାଥ ତାଣ୍ଡି ଆୟବ୍ୟୟ ବିବରଣୀ ପ୍ରଦାନ କରିଥିବା ବେଳେ ଶ୍ରୀ ଶିବାଜୀ ପ୍ରଧାନ ସଂପାଦକୀୟ ବିବରଣୀ ପାଠ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ



Report : Bijay ku sahu

Edited by k.s thakur...

Post a Comment

Previous Post Next Post