ଦକ୍ଷତା ବିକାଶ ନିମିତ୍ତ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ର ଦ୍ବିତୀୟ ପର୍ଯ୍ୟାୟ ଉଦଘାଟିତ...
ବରଗଡ଼,୦୯/୧୨ : ବରଗଡ ଜିଲ୍ଲାଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ମାଧ୍ୟମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷଣ କୌଶଳ ,ବ୍ୟାବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନ ର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନ ର ଅଭିବୃଦ୍ଧି ସମେତ ଦକ୍ଷତା ବିକାଶ ନିମିତ୍ତ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ର ଦ୍ବିତୀୟ ପର୍ଯ୍ୟାୟ ଉଦଘାଟିତ ହୋଇଯାଇଛି।
Ad..
ରାଜବୋଡାସମ୍ବର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ପାଇକମାଳ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚୂଡାମଣି ବାରିକ ମୁଖ୍ୟ ଅତିଥି ଭାବେ ଏବଂ ସାଧନକର୍ମୀ ଭାବେ ଶ୍ରୀ ରାଜେଶ କୁମାର ଖମାରୀ,ଶ୍ରୀ ଚିତ୍ତରଞ୍ଜନ ସାହୁ ଏବଂ ଶ୍ରୀ ଅରିନ୍ଦମ ମହାନ୍ତି ଯୋଗଦେଇଥିଲେ।
Ad..
ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ବାରା ଶ୍ରୀ ଗଣେଶ ଓ ମା ସରସ୍ବତୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା ।ନୂତନ ଭାବେ ପଦୋନ୍ନତି ପାଇଥିବା ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚୂଡାମଣି ବାରିକ ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର କୁ କେମିତି ଶୃଙ୍ଖଳିତ ଢଙ୍ଗରେ ସମାପନ କରିବା ଏବଂ ବିଦ୍ୟାଳୟ ମାନଙ୍କ ରେ ତାର କାର୍ଯ୍ୟକାରିତା କେମିତି ଢଙ୍ଗରେ କରିବେ ସେହି ବିଷୟରେ ମୁଖ୍ୟ ଅତିଥି ମତ ରଖିଥିଲେ ଏବଂ ତାଲିମ ଶିବିର ସମ୍ପର୍କରେ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ।ଉକ୍ତ ତାଲିମ ଶିବିର ରେ ଗାଈସିଲେଟ ଏବଂ ରାଜବୋଡ଼ାସମ୍ବର ବ୍ଲକ୍ ର ୬୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବା ପାଇଁ ଯୋଗଦାନ କରିଥିଲେ ।
ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଅତିଥି ପରିଚୟ ସହ ସଭା ର ସଂଯୋଜନା କରିଥିବାବେଳେ ସୁଶ୍ରୀ ପ୍ରଭାସିନୀ ସା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସଭା କୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ଅକୁଣ୍ଠ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
teachers training program



