ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଏନ୍ ଡିଆର୍ ଏଫ୍ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଟେବୁଲ୍ ଟପ୍ ଏକ୍ସରସାଇଜ୍...

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା  ନେଇ ଏନ୍ ଡିଆର୍ ଏଫ୍ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଟେବୁଲ୍ ଟପ୍ ଏକ୍ସରସାଇଜ୍...



(ବିପର୍ଯ୍ୟୟ ପୂର୍ବରୁ, ସମୟରେ ଏବଂ ପରେ ପ୍ରସ୍ତୁତ ରହିବା-ଏନ୍ ଡିଆର୍ ଏଫ୍)

ବରଗଡ଼,୦୯/୧୨ : ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ, ୩ୟ ବାଟାଲିୟନ,ମୁଣ୍ଡଳି ଆନୁକୁଲ୍ୟରେ ବରଗଡ଼ ଜିଲ୍ଲାରେ ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଟେବୁଲ୍ ଟପ୍ ଏକ୍ସରସାଇଜ୍  ଅନୁଷ୍ଠିତ ହୋଇଛି । 

            Ad..


ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଆଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଜରୂରୀ କାଳୀନ ଡେପୁଟି କଲେକ୍ଟର ଶ୍ରୀ ମୁକ୍ତେଶ୍ଵର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ବରଗଡ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହରପ୍ରସାଦ ଭୋଇ ମଞ୍ଚାସୀନ ଥିଲେ।

     Ad..


କଟକ ଠାରେ ସ୍ଥାପିତ ଏନ୍ ଡିଆର୍ ଏଫ୍ ୩ୟ ବାଟାଲିୟନ,ମୁଣ୍ଡଳିର ସବ ଇନ୍ସପେକ୍ଟର ଟେବୁଲ୍ ଟପ୍ ଏକ୍ସରସାଇଜ୍ ରେ  ସମସ୍ତ ଜିଲ୍ଲା ସ୍ତରୀୟ ଵିଭଗୀୟ ଅଧିକାରୀ,ବିଡିଓ,ତହସିଲଦାର, ଅଗ୍ନିଶମ ଏବଂ ଓଡ୍ରାଫ ର ଅଧିକାରୀ ଉପସ୍ଥିତ ରହି  ବନ୍ୟା, ବାତ୍ୟା ଏବଂ ସାଇକ୍ଲୋନ୍ ସମୟର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପୂର୍ବ ଏବଂ ପର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟକି,  ଆସନ୍ତା କାଲି ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇଶିମା ଦେଉଲ ବନ୍ଧ ଠାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଡିଓ, ତହସିଲଦାରଙ୍କୁ ନେଇ ଏନ୍ ଡିଆର୍ ଏଫ୍ ଦ୍ଵାରା ପ୍ରକୃତିକ ବିପର୍ଯ୍ୟୟ ମୁକାବିଲାର ପ୍ରଦର୍ଶନୀ ଆୟୋଜିତ ହେବ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post