ବରଗଡ଼ ବାଳିକା ହାଇସ୍କୁଲରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ...

ବରଗଡ଼ ବାଳିକା ହାଇସ୍କୁଲରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସଂକଳ୍ପ ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ଉଦଘାଟିତ...



ବରଗଡ଼,୦୯/୧୨ : ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷଣ ଦକ୍ଷତା, ନୂତନ ଜ୍ଞାନକୌଶଳ ପ୍ରୟୋଗ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ "ସଂକଳ୍ପ "ଉଦଘାଟିତ ହୋଇଯାଇଛି। 

Ad..


ଉଦଘାଟନୀ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ,ବରଗଡ଼ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନା,ସଂଯୋଜକ ପୁଷ୍ପାଞ୍ଜଳି ଦାଶ  ଯୋଗ ଦେଇଥିଲେ।

    Ad..


ସାଧନକର୍ମୀ ଭାବରେ ଅଭିଜ୍ଞ ଶିକ୍ଷକ ବୀରେନ୍ଦ୍ର ଦାଶ,ସଞ୍ଜୟ ଖମାରୀ,ଯତୀନ ମେହେର ଏବଂ ଭୀଷ୍ମଦେବ ପଧାନ ତାଲିମ ପ୍ରଦାନ କରୁଥିବା ବେଳେ ଏହି ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସଙ୍କଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅମ୍ବାଭୋନା, ଭଟଲି ଏବଂ ବରଗଡ଼ ଜିଲ୍ଲାରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଉଛନ୍ତି।

ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ ସଙ୍କଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ପ୍ରଶିକ୍ଷାର୍ଥୀ ନୂତନ ଜ୍ଞାନ କୌଶଳଆହରଣ କରିବା ସହିତ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ।ବ୍ଲକ୍ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁ ସମସ୍ତ ପ୍ରକାରର ଡିଜିଟାଲ କୌଶଳକୁ ଶିକ୍ଷାଦାନ ସମୟରେ ପ୍ରୟୋଗ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ।ଶିକ୍ଷକ ବିବେକାନନ୍ଦ ଅଦାବର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସୁନା ସ୍ୱାଗତ ସମ୍ଭାଷଣ ଏବଂ ସଂଯୋଜକ ପୁଷ୍ପାଞ୍ଜଳି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post