ନାବାଳିକାଙ୍କୁ ଅପହରଣ ମାମଲା ରେ ଜେଲ୍ ଗଲେ ରେଳ କର୍ମଚାରୀ...
କଣ୍ଟାବାଞ୍ଜି/ମୁରିବାହାଲ,୧୪/୧୨ : ନାବାଳିକାଙ୍କୁ ଅପହରଣ ମାମଲାରେ ଜେଲ୍ ଗଲେ ରସିକିଆ ରେଳବାଇ ଗ୍ୟାଙ୍ଗମ୍ୟାନ୍। ମୁରିବାହାଲରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ କେଶ ନ ୩୬୯/୨୪ରେ ରେଳ କର୍ମଚାରୀ (ଗ୍ୟାଙ୍ଗମ୍ୟାନ୍) ଘନଶ୍ୟାମ ଭୋଇଙ୍କୁ ବଲାଙ୍ଗୀର ପୋକ୍ସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଥିଲା। ଏହାପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ମୁରିବାହାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Ad..
ସୂଚନାଯୋଗ୍ୟ, ମୁରିବାହାଲରୁ ନିଖୋଜ ଥିବା ଜଣେ ନାବାଳିକା(୧୬)ଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ତାଙ୍କୁ ଅପହରଣ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକସୋ କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ନାବାଳିକା କଲେଜ ଛାତ୍ରୀଜଣଙ୍କ ଗତ ୯ତାରିଖରୁ ଘରୁ ନିଖୋଜ ଥିବା ନେଇ ତାଙ୍କ ବାପା ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ।ପୁଲିସ ସମ୍ପୃକ୍ତ କଲେଜ ଛାତ୍ରୀଜଣଙ୍କ କେସିଙ୍ଗା ଅଞ୍ଚଳରେ ଥିବା ଜାଣିପାରିଥିଲା। ସେଠାରେ ଥିବା ଏକ ରେଳ ବିଭାଗ କୋଠରୀରେ ଚଢ଼ାଉ କରି ପୁଲିସ ତାଙ୍କୁ ଉଦ୍ଧାର କରିଥିଲା।
Ad..
ନାବାଳିକାଙ୍କୁ ଅପହରଣ କରି ରଖିଥିବା ଅଭିଯୋଗରେ ପୁଲିସ ଲୋଇସିଂହା ଥାନା ମୁରସୁଣ୍ଡ ଗ୍ରାମର ମୂଳବାସିନ୍ଦା ତଥା ଏବେ କେସିଙ୍ଗା ସହରରେ ରେଳ କର୍ମଚାରୀ ଥିବା ବିବାହିତ ଘନଶ୍ୟାମ ଭୋଇ(୪୭)ଙ୍କୁ ଏସଆଇ ଦନାର୍ଦନ ଓରାମ ଗିରଫ କରିଥିଲେ।ପୁଲିସ ଅଭିଯୁକ୍ତଙ୍କୁ ଆଣି ଅଧିକ ତଦନ୍ତ ସହ ଉଭୟ ଛାତ୍ରୀ ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଥିଲା।ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
Edited by k.s thakur...
Tags:
kantabanji
kidnapping case
latest news
latest update
minor girl
muribahal
odisha daily current affairs
railway staff arrested



