ପଶ୍ଚିମୋତ୍କଳ କର୍ମ କାର୍ଣ୍ଡିୟ ସମିତିର ରୋପ୍ୟ ଜୟନ୍ତୀ ପାଳନ...
ବରଗଡ଼,୧୪/୧୨ : ବରଗଡ଼ ଉପକଣ୍ଠସ୍ଥ ଚକରକେନ୍ଦସ୍ଥିତ ମନୋହର ବାଟିକା ଠାରେ ପଶ୍ଚିମୋତ୍କଳ କର୍ମ କାର୍ଣ୍ଡିୟ ସମିତିର ରୋପ୍ୟ ଜୟନ୍ତୀ ମହୋତ୍ସବ ହର୍ଷୋଳ୍ଳାସ ସହକାରେ ପାଳନ ହୋଇଯାଇଛି।
Ad..
ଏହି ଅବସରରେ ପଣ୍ଡିତ ଶ୍ରୀ ପ୍ରଭାକର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ପଣ୍ଡିତ ଶ୍ରୀ କ୍ଷୀର ସାଗର ପଣ୍ଡା ସମ୍ମାନିତ ଅତିଥି, ସମିତିର ପୂର୍ବତନ ସଭାପତି ପଣ୍ଡିତ କୁଳମଣି ମହାପାତ୍ର, ସଂସ୍ଥାପକ ପଣ୍ଡିତ ହିମାଂଶୁ ଶେଖର ରଥ, ସମିତି ର ସଭାପତି ପଣ୍ଡିତ କିର୍ତ୍ତିଚନ୍ଦ୍ର ପଣ୍ଡା, ସମ୍ପାଦକ ପଣ୍ଡିତ ନରେଶ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
Ad..
ଏହି ପରିପ୍ରେକ୍ଷୀରେ ଦଧିବାମନ ମୁକ୍ତିମଣ୍ଡପ ସଭାପତି, ବ୍ରାହ୍ମଣ ସମାଜ ସଭାପତି, ବରଗଡ଼ ଜିଲ୍ଲା ୧୨ ଗୋଟି ବ୍ଳକ୍ ସଭାପତି ତଥା ପଶ୍ଚିମୋତ୍କଳ କର୍ମକାଣ୍ଡିୟ ସମିତି ର ସମସ୍ତ ସଦସ୍ୟ ସପରିବାର ଉପସ୍ଥିତ ଥିଲେ। ପ୍ରାରମ୍ଭରେ ମାତା ଗାୟତ୍ରୀଙ୍କ ପୂଜାର୍ଚ୍ଚନା ପରେ ବରିଷ୍ଠ ବ୍ରାହ୍ମଣ ତଥା ଅତିଥି ମାନଙ୍କ ପାଦଧୌତ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
୧୯୯୯ ମସିହା ଡିସେମ୍ବର ୧୪ ତାରିଖ ଜନ୍ମ ନେଇଥିବା ଏହି ସମିତି ର ସ୍ମୃତି ଚାରଣ କରିବା ସହିତ ସମିତିର ଦିବଙ୍ଗତ ପଣ୍ଡିତମାନଙ୍କୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ ତାଙ୍କ ପରିବାରକୁ ଉପଢ଼ୌକନ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଉପଲକ୍ଷେ କର୍ମକାଣ୍ଡ ବିଶାରଦ ପାଇଁ ପଣ୍ଡିତ ଶ୍ରୀ ସଞ୍ଜୟ ଦାଶ ଓ ଜ୍ୟୋତିଷ ପ୍ରବୀଣ ଭାବରେ ପଣ୍ଡିତ ଶ୍ରୀ ନିସର୍ଗେଶ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୭ ଜଣ ବୟୋଜ୍ୟେଷ୍ଠ ପଣ୍ଡିତଙ୍କୁ ପଣ୍ଡିତ ରତ୍ନ ସମ୍ମାନରେ ଭୂଷିତ କରାଯାଇଥିଲା।
ବିଭିନ୍ନ ପଣ୍ଡିତ ପରିବାରରୁ ଆସିଥିବା ପୁଅ ଝିଅମାନେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ। ବ୍ରାହ୍ମଣ ସମାଜ ର ଏକତା, କର୍ମକାଣ୍ଡ ପ୍ରତି ଭବିଷ୍ୟତ ପିଢ଼ିକୁ ଆଗ୍ରହ ପ୍ରକାଶ କରିବା, ସଂସ୍କୃତ ଶିକ୍ଷା ପ୍ରତି ରୁଚି ଜାଗ୍ରତ ତଥା ଏହି ସମାଜର ଉତ୍ତରୋତ୍ତର ଉନ୍ନତି କାମନା ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ। ସମିତି ର ମୁଖପାତ୍ର ପଣ୍ଡିତ ଜୟଦେବ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।
Report : Bijay ku sahu
Edited by k.s thakur...



