ସରକାରୀ ବାଳିକା ହାଇସ୍କୁଲ ବରଗଡ଼ରେ ଶକ୍ତି ସଂରକ୍ଷଣ ସପ୍ତାହ ପାଳିତ...

ସରକାରୀ ବାଳିକା ହାଇସ୍କୁଲ ବରଗଡ଼ରେ ଶକ୍ତି ସଂରକ୍ଷଣ ସପ୍ତାହ ପାଳିତ...


ବରଗଡ଼,୧୪/୧୨ : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ରେ   ଶକ୍ତି ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦଯାପନୀ  ଦିବସରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ବିକ୍ରମ ସାରାଭାଇ ଶକ୍ତି କ୍ଲବ ଓ ଇକୋ କ୍ଲବର ସଦସ୍ୟମାନଙ୍କୁ ନେଇ ଏକ ଶୋଭାଯାତ୍ରା କରାଯାଇଥିଲା ଓ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଇଥିଲା।

Ad..


ସମସ୍ତ ସଦସ୍ୟ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ମାଧ୍ୟମରେ ବରଗଡ଼ ସହର ପରିକ୍ରମା କରିବା ସହିତ ନଗରବାସୀଙ୍କୁ ଶକ୍ତି ସଂରକ୍ଷଣ କରିବା ନିମନ୍ତେ ସଚେତନତାର ବାର୍ତ୍ତା ଦେଇଥିଲେ। ଏହାପରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସୁନାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଶକ୍ତି କ୍ଲବ ପକ୍ଷରୁ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ ଯୋଗ ଦେଇଥିଲେ। 

    Ad..


ଶକ୍ତି କ୍ଲବ ଶିକ୍ଷୟିତ୍ରୀ ଦେମେଶ୍ୱରୀ ମେହେର ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ଶକ୍ତି ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ଦେଇଥିଲେ।

ଆୟୋଜିତ ଶକ୍ତି ସଂରକ୍ଷଣ ସମ୍ପର୍କିତ ଏକ ପୋଷ୍ଟର ପ୍ରତିଯୋଗୀତାରେ ବରିଷ୍ଠ ବିଭାଗରୁ ଛାତ୍ରୀ ଆକ୍ରିତି କୁମ୍ଭାର, ବର୍ଷା ପଟେଲ ଓ ଚୁଲେଶ୍ୱରୀ ସେଠ୍ ଯଥାକ୍ରମେ ପ୍ରଥମ ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରୁ ଛାତ୍ରୀ ସ୍ନେହାରାଣୀ ମହାକୁର, ଶ୍ରଦ୍ଧା ପ୍ରଧାନ ଓ ପାୟଲ ସ୍ୱାଇଁ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। 

ସପ୍ତାହର ବିଭିନ୍ନ ଦିବସରେ ଶକ୍ତି ସଂରକ୍ଷଣ ସମ୍ପର୍କରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ବିବେକାନନ୍ଦ ଅଦାବର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ ମେହେର,ଇକୋ କ୍ଲବ ଶିକ୍ଷୟିତ୍ରୀ ଅଞ୍ଜଳି ବିଶ୍ବାଳ, କମଳା ଦାଶ, ସୁକାନ୍ତି ସାହୁ, ପଦ୍ମିନୀ ପ୍ରଧାନ, ଦିପ୍ତିମୟୀ ସାହୁ, ଶିଳ୍ପା ଦାସ, ଅନ୍ନପୂର୍ଣ୍ଣା ମିର୍ଦ୍ଧା ଏବଂ ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ସକ୍ରିୟ ସହଯୋଗ କରିଥିବାବେଳେ ଶିକ୍ଷୟିତ୍ରୀ ନନ୍ଦିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post