ସଂଘମିତ୍ରା ପଟେଲଙ୍କୁ ସୁଶ୍ରୀ ଟେରେସା ସମ୍ମାନ...

ସଂଘମିତ୍ରା ପଟେଲଙ୍କୁ ସୁଶ୍ରୀ ଟେରେସା ସମ୍ମାନ...


ବରଗଡ଼,୧୬/୧୨ : ରବିବାର ଦିନ ପଶ୍ଚିମ ଓଡ଼ିଶାର ସେବାମୟୀ ପ୍ରତିଭାଧlରିଣୀ ସଂଘମିତ୍ରା ପଟେଲଙ୍କୁ ପୂର୍ବ ଓଡିଶା ଜଗତସିଂହପୁର, ଶାଗବlରିଆର ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ "ସୁଶ୍ରୀ ଟେରେସା ସମ୍ମାନ " ପଶ୍ଚିମ ଓଡିଶା ବରଗଡ଼ ଧନୁଯାତ୍ରା କଳାକାର ସଙ୍ଘ ସଭାପତି ଦୟାନିଧି ପଧାନଙ୍କ ତତ୍ତ୍ଵବଧାନରେ ସମ୍ପାଦିକା ଡ଼ ବସନ୍ତ ମଞ୍ଜରୀ ଦାସଙ୍କ ଦ୍ୱାରା ଚୟନ କରାଯାଇଥିଲା। 

             Ad..


ସପ୍ତଦଶତମ ବାର୍ଷିକ ଉତ୍ସବ ମଞ୍ଚରେ ପଣ୍ଡିତ ନାଗୁ ଚରଣ ଦେବତାଙ୍କ ସଭାପତିତ୍ୱରେ, ମୁଖ୍ୟ ଅତିଥି ତିରୁବନ୍ନାମଲାଇ ବିଶ୍ୱବିଦ୍ୟାଳୟ କୁଳପତି ହରିହର କାନୁନଗୋ, ମୁଖ୍ୟ ବକ୍ତା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁଳସଚିବ ନିରୁପମା ସ୍ୱାଇଁ, ସମ୍ମାନିତ ଅତିଥି ଆକାଶବାଣୀ ଗୀତିକାର ବସନ୍ତ କୁମାର ଦାସ, ଉତ୍କଳ ରଞ୍ଜନ ମହାନ୍ତି...

     Ad..


ଇଂ ବିଧାନ କୁମାର ରାଉତରାୟ,ସଭାପତି ପ୍ରେମ ଚରଣ ରାଉତ, ସଂଗ୍ରାମ କେଶରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପଟେଲ ମହୋଦୟl ଓ ବରଗଡ଼ ନୃତ୍ୟ ଶିଳ୍ପୀ ଅଞ୍ଜଳି ଭୋଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିପାଇଁ ବରଗଡ଼ର ବହୁ ଅନୁଷ୍ଠାନ ନିଜକୁ ଗୌରବାନ୍ମିତ କରିବା ସହ ଦୁଇ ପ୍ରତିଭାଙ୍କୁ ପ୍ରଶଂସା କରିଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post