ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଦୁର୍ଗେଇ ଦେବୀଙ୍କ ଦୁଇଦିନିଆ ପାହାଡି ଯାତ୍ରା ଉଦଯାପିତ...

ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଦୁର୍ଗେଇ ଦେବୀଙ୍କ ଦୁଇଦିନିଆ ପାହାଡି  ଯାତ୍ରା ଉଦଯାପିତ...


ବରଗଡ଼,୧୬/୧୨ : ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବିଜେ ପ୍ରତ୍ୟକ୍ଷ ଠାକୁରାଣୀ ଦୂର୍ଗତି ନାଶିନୀ ମାଁ ଦୁର୍ଗେଇ ଦେବୀଙ୍କ ଯାତ୍ରା ଦୁଇ ଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି । ତ୍ରୟୋଦଶ ଶତାବ୍ଦୀରୁ ମାଁ ଦୁର୍ଗେଇ ଦେବୀ ଗନ୍ଧମାର୍ଦ୍ଦନ ପର୍ବତମାଳା ର ଶିଖର ରେ  ପୂଜାପାଇ ଆସୁଛନ୍ତି। ମନଭଙ୍ଗ ଗାଁ ଗୌନ୍ତିଆଙ୍କୁ ଦେବୀ ସ୍ବପ୍ନାଦେଶ ହୋଇଥିଲା। 

              Ad..


ତେଣୁ ପାଞ୍ଚପାଲି ମୌଜା ଅଞ୍ଚଳକୁ ନେଇ ବେଶ ଧୁମଧାମରେ ପୂଜାର୍ଚ୍ଚନା କରାଯାଇ ଯାତ୍ରା ପାଳନ ହୋଇ ଆସୁଅଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପର୍ବତମାଳାର ଗୋଟିଏ ପାର୍ଶ୍ବରେ ପ୍ରଭୁ ନୃସିଂହନାଥ ଠାକୁର ଓ ଅନ୍ଯ ପାର୍ଶ୍ବରେ ବାବା ହରିଶଙ୍କର ରହିଛନ୍ତି।

     Ad..


ଗନ୍ଧମାର୍ଦ୍ଦନ ପାଦଦେଶରେ ଶ୍ରେଷ୍ଠ ଦେବୀ ମାଁ ଦୁର୍ଗା ଭକ୍ତ ମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି  । ବିପଦ ସମୟରେ ଅଧିଆ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ କରିବା ପରେ ଭକ୍ତ ମାନେ ମାଁଙ୍କୁ ବଳି ଭୋଗ ଦେଇଥାନ୍ତି । ଏହି ପରମ୍ପରା ବହୁ ପୁରାତନ କାଳରୁ ଚାଳି ଆସୁଅଛି । ଏହି ଦୁର୍ଗେଇ ଖୋଲ ପର୍ବତମାଳାକୁ ପାଇକମାଲ ସହରରୁ ମନଭଙ୍ଗ ଡେମ ଦେଇ ପର୍ବତମାଳା  ଚଢ଼ି  ପ୍ରାୟ ୩ କିଲୋମିଟର ବଣ ପାହାଡ ଘେରା ଦୁଗର୍ମ ରାସ୍ତା ଅତିକ୍ରମ କରି ଦୁର୍ଗେଇ ଦେବୀଙ୍କ ପୀଠକୁ ଶ୍ରଦ୍ଧାଳୁ ପହଞ୍ଚି ଥାନ୍ତି । 

ମାର୍ଗଶିର ମାସ ପୂର୍ଣ୍ଣମୀ ତିଥିରେ ଦେବୀଙ୍କ ପୂଜା ପାଇଁ ଝାଙ୍କର ଘରୁ ମାଁଙ୍କର ପୂଜା ସାମଗ୍ରୀ,ଅଳଂକାର  ଝାମ୍ପିରେ ଅଣାଯାଇ ଦୁର୍ଗେଇ ଦେବୀଙ୍କୁ ଅର୍ପଣ କରାଯାଏ ।  ସକାଳରୁ ମାଁଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ମଧ୍ୟ ରାତ୍ରି ପ୍ରାୟ ୧୨ଟାରେ ବଳି ଭୋଗ ପ୍ରଦାନ କରା ଯାଇଥାଏ । ବହୁ ଶ୍ରଦ୍ଧାଳୁ ଭକ୍ତଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥିବାରୁ ଅଞ୍ଚଳର ଲୋକ ମାନଙ୍କ ସହିତ ବରଗଡ,ସମ୍ବଲପୁର,ନୁଆପଡା,ବଲାଙ୍ଗୀର,ପାଟଣାଗଡ,ସୋନପୁର,ପଦ୍ମପୁର,ପାଇକମାଲ,ଝାରବନ୍ଧ ସମେତ ଛତିଶଗଡ ରାଜ୍ଯର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । 

ଭକ୍ତ ମାନଙ୍କର ମନୋରଞ୍ଜନ ସକାଶେ କେଶଳୀ କବି ସମ୍ମିଳନୀ ଓ ସମ୍ବଲପୁରୀ ମାଁ କାମନୀ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଏହି ପୂଜାକୁ ସୁପରିଚାଳନା ପାଇଁ ମାଁ ଦୁର୍ଗେଇ ଦେବୀଙ୍କ ପୂଜା ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ତେ,ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,ସଂପାଦକ ବେଣୁଧର ମଲ୍ଲିକ,ସହ ସମ୍ପାଦକ ତ୍ରିନାଥ ମଲ୍ଲିକ,କୋଷାଧ୍ୟକ୍ଷ ହିରଣ୍ଯ ମଲ୍ଲିକ,ମୁଖ୍ଯ ପୂଜକ ସୁବାଷ ମଲ୍ଲିକ, ପୂଜକ ସଚ୍ଚିଦାନନ୍ଦ ମଲ୍ଲିକ,ତ୍ରିନାଥ ମଲ୍ଲିକ,ମହେନ୍ଦ୍ର ମଲ୍ଲିକ,ପ୍ରଦୀପ ମଲ୍ଲିକ ମୁଖ୍ଯ ଦେହୁରୀ ରଣଜିତ ମଲ୍ଲିକ ମୁଖ୍ଯ ଭୂମିକା ମନଭଙ୍ଗ ଗୌନ୍ତିଆ ଅନନ୍ତ ରାମ ମଲ୍ଲିକ,ନାରାୟଣ ମଲ୍ଲିକ,ବାବୁଲାଲ ମଲ୍ଲିକ,ପାନାଲାଲ ସେଠଙ୍କ ସମେତ ସ୍ବେଚ୍ଛାସେବୀଙ୍କ କଠିନ ପରିଶ୍ରମ ଫଳରେ ମାଁ ଦୁର୍ଗେଇ ଦେବୀଙ୍କ ପୀଠ ଯାତ୍ରା ସୂଚାରୁ ରୂପେ ସମ୍ପାଦନ ହୋଇଥାଏ । ଏଥର ମଧ୍ୟ ଦୁଇଦିନ ଧରି ପୂଜାପର୍ବ ଅନୁଷ୍ଠିତ ହୋଇଯାଇଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post