ବରଗଡ଼ ଡୁଙ୍ଗୁରି ଚୂନ ଖଣି ର ୩୦୦ ଶ୍ରମିକ ପରିବାର ଆନ୍ଦୋଳନ...
(୧୫ ମାସ ହେଲା କାମଧନ୍ଦା କିଛି ନାହିଁ ଭୋକ ଉପାସରେ କଟୁଛି ଦିନ !)
ବରଗଡ଼,୧୬/୧୨ : ଦିର୍ଘ ୧୫ ମାସ ଧରି ପାଞ୍ଚ ହଜାର ଟଙ୍କା ଦରମା ଦେଇ କାମ ଦେଉନଥିବା ରୁ ଭୋକ ଉପାସରେ ଦିନ ବିତୁଛି ବରଗଡ଼ ଜିଲ୍ଲା ଶ୍ରମିକ ମାନଙ୍କର ଶେଷରେ ଭୋକର ଯନ୍ତ୍ରଣା ଅଧିକ ହେବାରୁ ଆନ୍ଦୋଳନ କୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି ଶ୍ରମିକ।
Ad..
ବରଗଡ଼ ଜିଲ୍ଲା ଅମ୍ବାଭନା ଡୁଙ୍ଗରି ଚୂନ ପଥର ଖଣିରେ କାର୍ଯ କରୁଥିବା ଠିକା ଶ୍ରମିକ ମାନଙ୍କ ପରିବାର ଏକତ୍ର ହୋଇ ଛଟେଇ ନାମରେ ଦରମା ବନ୍ଦ ସହ ବିଭିନ୍ନ ଦାବି ନେଇ ବରଗଡ ହଳଦୀପାଳି ଛକ ରେ ମହିଳା ପୁରୁଷ ଦିର୍ଘ ପାଞ୍ଚ ଘଣ୍ଟା ଧରି ରାସ୍ତା ରୋକ କରିଥିବା ରୁ ବରଗଡ଼ ଜାତୀୟ ରାଜପଥ ଅବରୋଧ ହୋଇଥିଲା।
Ad..
ସକାଳ ୮ ଘଣ୍ଟା ସମୟରୁ ଅପରାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ବସି ଆନ୍ଦୋଳନ କରିଥିଲେ । ବରଗଡ଼ ଉପଜିଲ୍ଲାପାଳ ପ୍ରଶନ୍ନ କୁମାର ପାଣ୍ଡେ ଆନ୍ଦୋଳନ ସ୍ଥାନ ରେ ପହଞ୍ଚି ଶ୍ରମିକ ଙ୍କ ସହ ଦିର୍ଘ ସମୟ ଆଲୋଚନା କରିବା ପରେ
ଚୂନ ପଥର ଖଣି ର ଦୁଇ ଅଧିକାରୀ ସୁନୀଲ ସାମଲ ଓ ଅଭିଷେକ ଭଟ୍ଟାଚାର୍ଯ୍ୟ ଙ୍କୁ ଡକାଇ ଶତାଧିକ ଶ୍ରମିକ ଓ ତାଙ୍କର ପରିବାରର ବର୍ଗ ଙ୍କ ସହ ଆଲୋଚନା କରିଥିଲେ । କମ୍ପାନୀ ର ଦୁଇ ଅଧିକାରୀ ସଠିକ ତଥ୍ୟ କିମ୍ବା କୌଣସି ଉତ୍ତର ଦେଇପାରି ନ ଥିବାରୁ ଆନ୍ଦୋଳନ ରତ ଶ୍ରମିକ ଙ୍କ ଅସନ୍ତୋଷ ବଢିଥିଲା ।
ଉପଜିଲ୍ଲାପାଳ, ପୋଲିସ, ଶ୍ରମିକ ଓ କମ୍ପାନୀ ଅଧିକାରୀଙ୍କ ଦିର୍ଘ ଘଣ୍ଟା ଧରି କୈାଣସି ସମାଧାନ କରିପାରିନ ଥିବା ରୁ ଚୂନ ଖଣି ର ଦୁଇ ଅଧିକାରୀ ଙ୍କୁ ପୋଲିସ ଥାନାକୁ ଉଠାଇନେଇ ଅଟକ ରଖିଛି। ଆନ୍ଦୋଳନ କରୁଥିବା ପ୍ରାୟ ଦୁଇଶହ ଶ୍ରମିକ ତାଙ୍କ ପରିବାର ଓ ଛୋଟ୍ ଛୋଟ୍ ଶିଶୁ ଙ୍କୁ ନେଇ ରାସ୍ତା ଉପରେ ବସିରହିଲା ପରେ ବରଗଡ଼ ଉପ ଜିଲ୍ଲାପାଳ ଙ୍କ ଉଦ୍ୟମ ରେ ଆନ୍ଦୋଳନକାରୀ ପରିବାର ବୁଝିଥିଲେ ଆସନ୍ତା ଦିନରେ କିଛି ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।
ହେଲେ କିଛି ଶ୍ରମିକ ପରିବାର ଦାବି ପୁରଣ ହେବା ପରେ ଯାଇଁ ଆନ୍ଦୋଳନ ରୁ ହଟିବା ପାଇଁ ଚେତାବନୀ ଦେବା ଯୋଗୁଁ କିଛି ଶ୍ରମିକ ଙ୍କୁ ଗିରଫ କରାଯାଇ ରାସ୍ତା ଅବରୋଧ ହଟାଯାଇଛି ହେଲେ ଦିର୍ଘ ୮୦ କିଲୋମିଟର ଦୂର ଡୁଙ୍ଗୁରିରୁ ଆସି ବରଗଡ଼ ହଲଦୀପାଲି ବୀରଛକ ଠାରେ ଆନ୍ଦୋଳନ କରୁଥିବା ଶ୍ରମିକଙ୍କ ଓ ଶୀତ ଥଣ୍ଡା ରେ ଆସି ରାସ୍ତା ଉପରେ ବସିଥିବା ତାଙ୍କ ପରିବାର ଙ୍କୁ ନ୍ଯାୟ ମିଳିନଥିବାରୁ ଅଧର୍ଯ ଅବସ୍ଥିତ ଭାବରେ ରହିଛନ୍ତି ଶ୍ରମିକ।
Report : Bijay ku sahu
Edited by k.s thakur...



