ହଳଦୀପାଲି ବୀର ଛକରେ ଆଜି ଶହୀଦ ମାଧୋ ସିଂ ଙ୍କ ବଳିଦାନ ଦିବସ ତଥା ଜିଲ୍ଲା ସ୍ତରୀୟ ବୀରତା ଦିବସ ପାଳିତ...
ବରଗଡ଼,୩୧/୧୨ : ବରଗଡ଼ ହଳଦୀପାଲି ବୀର ଛକରେ ଆଜି ଶହୀଦ ମାଧୋ ସିଂ ଙ୍କ ବଳିଦାନ ଦିବସ ତଥା ଜିଲ୍ଲା ସ୍ତରୀୟ ବୀରତା ଦିବସ ପାଳନ ହୋଇଯାଇଅଛି ଏହି ଅବସରରେ ସଂକଳ୍ପ ପରିବାର ବରଗଡ଼ ଓ ଶହୀଦ ସ୍ମୃତି କମିଟି ବରଗଡର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
Ad..
ଆଜିର ରକ୍ତଦାନ ଶିବିରରେ ମୋଟ ପାଞ୍ଚ ଜଣ ମହିଳା ରକ୍ତଦାତା ସମେତ 31 ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଆଜିର ଶିବିରକୁ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଓ ମାଧୋ ସିଂ ଙ୍କ ରୂପ ଧାରଣ କରିଥିବା ଶ୍ରୀ ପାଣ୍ଡଵ କର୍ଣ୍ଣ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।
Ad..
ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ ଓ ସମ୍ପାଦକ ଜି ରମେଶ ଙ୍କ ନେତୃତ୍ୱରେ ଆଜିର ରକ୍ତଦାନ ଶିବିର ପରିଚାଳିତ ହୋଇଥିବା ବେଳେ ସଂକଳ୍ପ ପରିବାର ଓ ଶହୀଦ ସ୍ମୃତି କମିଟିର ସଦସ୍ୟ ମାନେ ଶିବିର ପରିଚାଳନାରେ ସାହାଯ୍ୟ କରିଥିଲେ ଶେଷରେ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହାଲ୍ଲାଦ ଖସଲା ଧନ୍ୟବାଦ ଅର୍ପଣ କରିଥିଲେ।
Ad..
ରକ୍ତଦାନ ମହତ ଦାନ ସଂକଳ୍ପ ପରିବାରର ଏତାଦୃଶ୍ୟ କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥିଗଣ ପ୍ରସଂଶା କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
latest news
latest update
odisha daily current affairs
sahid madhou singh
veerta diwas




