ସଂଯୁକ୍ତ କୃଷକ ସଂଗଠନ ର କର୍ମୀ ଏବଂ କୃଷକ ମାନଙ୍କ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପଞ୍ଚମ ଦିନ ରେ ଧାରଣା...
ବରଗଡ଼,୩୧/୧୨ : ସଂଯୁକ୍ତ କୃଷକ ସଂଗଠନ ର କର୍ମୀ ଏବଂ କୃଷକ ମାନେ ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପଞ୍ଚମ ଦିନ ହେବ ଧାରଣା ରେ ବସିଛନ୍ତି। ସେମାନଙ୍କ ଗୋଟିଏ ଦାବୀ ମଣ୍ଡିରେ ପଡ଼ିଥିବା ଧାନ ବିନା କଟନୀ ଏବଂ ଦଲାଲ ମୁକ୍ତ ଭାବେ କେବେ ଉଠିବ,ଉତ୍ତର ନାହିଁ ଜିଲ୍ଲା ପ୍ରଶାସନ ପାଖରେ ସେଥିପାଇଁ ଧାରଣା ସ୍ଥଳ କୁ କୌଣସି ଅଧିକାରୀ ଆସୁନାହାନ୍ତି।
Ad..
ମିଲର ଲବି ସମ୍ମୁଖରେ କାମଦେଲେ ନାହିଁ ମଣ୍ଡି ପରିଚାଳନା କମିଟି, ସୁପରଭାଇଜର, ପ୍ରଶାସନିକ ଅଧିକାରୀ ନେତା ମନ୍ତ୍ରୀ ଙ୍କ ପାୱାର,ସେଥିପାଇଁ ଆନ୍ଦୋଳନ କାରୀଙ୍କ ସମସ୍ୟା ର ସମାଧାନ ହୋଇ ପାରୁନାହିଁ।
Ad..
ଆଜି ମନ୍ଥର ଗତି ରେ ଧାନ ଉଠୁ ନ ଥିବା କୁମ୍ଭାରୀ, ତୁଳଣ୍ଡି, ତେନ୍ତୁଳି ଟିକ୍ରା, ଭେଡେନ, କୁବେଡେଗା, ବରା, ଘେଁସ ମଣ୍ଡି ର କୃଷକ ମାନେ ଆସି ଆନ୍ଦୋଳନ ରେ ଯୋଗ ଦେଇଥିଲେ ଏବଂ ଧାନ ବିକ୍ରି ନ ସରିବା ପର୍ଯ୍ୟନ୍ତ ଧାରଣା ଜାରିରଖିବା କୁ ନିଷ୍ପତ୍ତି ନେଇଥିଲେ। ଆସନ୍ତା କାଲି ନୂତନ ବର୍ଷ ଏବଂ କେନାଲ ପାଣି ଛଡ଼ାଯିବ, ଚାଷୀ ନୂତନ ଚାଷ କରିବ ନାଁ ଧାନ ବିକ୍ରି ପାଇଁ ଅପେକ୍ଷା କରିବ ବୋଲି ସଭାରେ ରେ ଚର୍ଚ୍ଚା ହେଉଛି।
Ad..
ଚାଷୀଙ୍କୁ ଜାଣିଶୁଣି ହଇରାଣ କରାଯାଉଛି କାରଣ ତାହାର ଉତ୍ପାଦନ ସାମଗ୍ରୀ ଶସ୍ତା ଦରରେ ମଧ୍ୟସ୍ଥି କୁ ଦେଇଦେବ ହେଲେ ଚାଷୀଙ୍କ ସଂଗଠିତ ପ୍ରୟାସ ଜିଲ୍ଲା ପ୍ରଶାସନ ର ମୁଣ୍ଡବିନ୍ଧା ର କାରଣ ପାଲଟିଛି।
ଏହି ଧାରଣା କୁ ସୋନପୁର କୃଷକ ସଂଗଠନ ପ୍ରଦ୍ୟୁମ୍ନ ପାଢ଼ୀ, ବିଜୟ ନାୟକ, ଶୁଭମ ସାହୁ ଧାରଣା ସ୍ଥଳ କୁ ଆସି ସମର୍ଥନ ଦେଇଥିବା ବେଳେ ସଂଗଠନ ରମେଶ ମହାପାତ୍ର, ଅରବିନ୍ଦ ପଣ୍ଡା, ସୁରେଶ ନିକେଣ୍ଟି, ପୁରୋହିତ ପୋଡ଼, ନରେଶ ପଧାନ, ବିନୋଦ ପଧାନ, କାଁହୁ ପଧାନ, ହାରାଧନ ସାହୁ, ବିଜୟ ଲହରିୟା, ବିଜୟ ପଧାନ , ସଂଜୀବ ପଧାନ, ପ୍ରକାଶ ପଧାନ, ବିଦ୍ୟାଧର ସାହୁ, ଭାତୁ ଗଡତିଆ, କ୍ଷୀରୋଦ୍ର ମାଝୀ, ଥବିର ସାହୁ ଏବଂ ନିରଞ୍ଜନ ପଧାନ ଧାରଣା ର ନେତୃତ୍ୱ ନେଇଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
farmers association dharna
infront of collector office
latest news
latest update
odisha daily current affairs




