କେନସର ମୁକ୍ତ ସମାଜ ଗଠନ ପାଇଁ ମାଗଣାରେ ଏଚ୍.ପି.ଭି. ଭେକସିନ ଦିଆଯିବାକୁ ମହିଳା ସମିତି ର ଦାବି...

କେନସର ମୁକ୍ତ ସମାଜ ଗଠନ ପାଇଁ ମାଗଣାରେ ଏଚ୍.ପି.ଭି. ଭେକସିନ ଦିଆଯିବାକୁ ମହିଳା ସମିତି ର ଦାବି...


ବରଗଡ଼,୪।୧୨ : କେନ୍ସର୍ ଆମ ଦୈନନ୍ଦିନ ଜୀବନର ବ୍ୟାଧି ରୂପେ ଦେଖାଦେଇ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ପ୍ରତ୍ୟେକ ପରିବାର କୁ ପ୍ରଭାବିତ କରୁଛି । ମୁଖ୍ୟତଃ ସର୍ଭିକାଲ କେନ୍ସର୍ ଏକ ସାଧାରଣ ବ୍ୟାଧି ପରି ମହିଳା ମାନଙ୍କ ଠାରେ ଦେଖାଯାଉଛି । ୫୦ ରୁ ୫୫ ବର୍ଷ ବୟସର ମହିଳାଙ୍କ ଠାରେ ୩ବି ଷ୍ଟେଜ କେନ୍ସର୍ ଦେଖାଯିବା ଏକ ଚିନ୍ତାର ବିଷୟ ବୋଲି ବରଗଡ଼ ମହିଳା ସମିତି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । 

            Ad..

ଏହି ମର୍ମରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବରଗଡ଼ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶାର ମହିଳା ମାନଙ୍କୁ ଭବିଷ୍ୟତରେ କେନ୍ସର୍ ରୁ ସୁରକ୍ଷତି ରଖିବାପାଇଁ ଉପଲବ୍ଧ ଏଚ.ପି.ଭି. ଭେକସିନ ମାଗଣାରେ ପ୍ରଦାନ କରାଯିବାକୁ ଦାବି କରାଯାଇଛି । 

ସେଥିରେ କୁହାଯାଇଛି ଯେ, ମହିଳା ମାନଙ୍କୁ କେନ୍ସର୍ ଭଳି ଦୁରାରୋଗ୍ୟ ରୁ ସୁରକ୍ଷିତ ରଖିବା ପାଇଁ ୯ ରୁ ୧୪ ବର୍ଷ ବୟସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ଭେକସିନ ପ୍ରଦାନ କରାଯିବା ଆବଶ୍ୟକ । ଭେକସିନ ର ମୂଲ୍ୟ ଅଧିକ ଥିବାରୁ ସାଧାରଣ ବର୍ଗ ଏହାର ସୁଯୋଗ ନେଇପାରୁନାହାନ୍ତି ବୋଲି ଦୃଷ୍ଟି ଆକର୍ଷଣ କରାଯାଇଛି ।

ସେଥିରେ କୁହାଯାଇଛି ଯେ, କେଂସର୍ ମୁକ୍ତ ସମାଜ ଗଠନ ଉଦ୍ୟମରେ କେତେକ ରାଜ୍ୟ ସରକାର ମାଗଣାରେ ଏଚ୍.ପି.ଭି. ଭେକସିନ ପ୍ରଦାନ କରିବାକୁ ଘୋଷଣା କରିସାରିଛନ୍ତି । ସେହି ରାଜ୍ୟ ଗୁଡ଼ିକ ହେଲା ପଞ୍ଜାବ, ସିକ୍କିମ, କର୍ଣ୍ଣାଟକ, ତାମିଲନାଡୁ, ଛତିଶଗଡ଼ ଓ ମହାରାଷ୍ଟ୍ର । ଏହି ମାଗଣା ଭେକସିନେଶନ କାର୍ଯ୍ୟକ୍ରମ ସେମାନେ କେନ୍ସର ପ୍ରବଣ କେତେକ ଜିଲ୍ଲାର ସ୍କୁଲ ଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ପାଇଲଟ ଯୋଜନାର ଅଂଶ ଭାବରେ ଗ୍ରହଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। 

ସେହିପରି ଗତ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ର ସରକାର ତାଙ୍କ ୨୦୨୪-୨୦୨୫ ବର୍ଷ ମଧ୍ୟବର୍ତ୍ତୀ କାଳୀନ ବଜେଟରେ ମହିଳା ମାନଙ୍କୁ ସରଭାଇକେଲ କେନସର ରୁ ସୁରକ୍ଷା ଦେବା ପାଇଁ ୯ ରୁ ୧୪ ବର୍ଷର ଝିଅ ମାନଙ୍କୁ ଭେକସିନ ପ୍ରଦାନରେ ପ୍ରୋତ୍ସାହନ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଦାବିପତ୍ରରେ ଦିଆଯାଇଥିବା ତଥ୍ୟରେ ଦର୍ଶାଯାଇଛି ଯେ, ନେସନାଲ କେନସର ପଞ୍ଜିକରଣ କାର୍ଯ୍ୟକ୍ରମ ର ସୂଚନା ଅନୁଯାୟୀ ଭାରତର ମହିଳା ମାନଙ୍କ ମଧ୍ୟରେ ସାଧାରଣତଃ ସ୍ତନ ଓ ସର୍ଭିକ୍ସ କେନସର ମୁଖ୍ୟତଃ ୫୫ ରୁ ୫୯ ବର୍ଷ ବୟସରେ ଦେଖାଯାଉଛି । ଓଡ଼ିଶାର ଗ୍ରାମାଞ୍ଚଳର ମହିଳା ଶିକ୍ଷା ୫୦ ଭାଗରୁ କମ ଥିବା ବେଳେ କେନସର ରେ ଆକ୍ରାନ୍ତଙ୍କ ମଧ୍ୟରେ ୯୦ ଭାଗରୁ ଅଧିକ ସର୍ଭାଇକାଲ କେନସର୍ ରେ ପୀଡ଼ିତାଙ୍କ ବୟସ ୫୦ ରୁ ୫୫ ବର୍ଷ ରହିଛି । ସେମାନଙ୍କ ମଧ୍ୟରୁ ୬୦ ଭାଗରୁ ଅଧିକ ରୋଗୀ ୩ବି ଷ୍ଟେଜରେ ଥିବା ରୋଗୀଙ୍କ ହାରାହାରି ବୟସ ୫୩.୫ ବର୍ଷ ବୋଲି କୁହାଯାଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ଆମ ଦେଶରେ ଉପଲବ୍ଧ ସତ୍ତ୍ୱେ ସର୍ଭାଇକାଲ୍ କେନସର୍ ଦ୍ଵିତୀୟ ସାଧାରଣ ରୋଗ ଭାବରେ ଚିହ୍ନଟ ହୋଇଛି । ଏଭଳି ଉଦବେଗ ଜନକ ପରିସ୍ଥିତିର ମୁକାବିଲା ତଥା କେନସର ମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ସମୂହ ଭାବରେ ମହିଳା ମାନଙ୍କୁ ମାଗଣାରେ ଏଚ.ପି.ଭି. ଭେକସିନ ପ୍ରଦାନ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବରଗଡ଼ ମହିଳା ସମିତି ଦାବି କରିଛି ।

ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ ରାଜ୍ୟ ସରକାରଙ୍କ ବିଚାର ପାଇଁ ଦାବିପତ୍ର ପଠାଇ ଦେବେ ବୋଲି କହିଥିଲେ । ବରଗଡ଼ ମହିଳା ସମିତି ର ସଭାନେତ୍ରୀ ହର୍ଜିନ୍ଦର୍ କୌର ଙ୍କ ନେତୃତ୍ୱରେ ପ୍ରତିନିଧି ଦଳରେ ଇନ୍ଦ୍ରାଣୀ ଶତପଥୀ, କନକ ପ୍ରଧାନ, ରାଧାରାଣୀ ମିଶ୍ର, ମମତା ମିଶ୍ର, ସୁଜାତା ପଣ୍ଡା, ପ୍ରଣତି ପଣ୍ଡା, ସୁଧାଂଶୁବାଳା ଦାଶ, ସଂଘମିତ୍ରା ପଟେଲ, ଜୟନ୍ତୀ ପ୍ରଧାନ, ସରିତା ସଲୋନି ଦାସ ପ୍ରମୁଖ ସାମିଲ ହୋଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post