ସୁରକ୍ଷିତ ଏଲ ପିଜି ବ୍ୟବହାର ଓ ନିରାପଦ ରନ୍ଧନ ସଚେତନତା କାର୍ଯ୍ୟକ୍ରମ...

ସୁରକ୍ଷିତ ଏଲ ପିଜି ବ୍ୟବହାର ଓ ନିରାପଦ ରନ୍ଧନ ସଚେତନତା କାର୍ଯ୍ୟକ୍ରମ...


ବରଗଡ଼,୦୪/୧୨ : ସୁରକ୍ଷିତ ଏଲ ପି ଜି ବ୍ୟବହାର ତଥା ନିୟନ୍ତ୍ରଣ  ଓ ନିରାପଦ ରନ୍ଧନ ପାଇଁ ଭାରତ ଗ୍ୟାସ ବିତରକ ବ୍ଲୁ ଫ୍ଲେମ ଆନୁକୁଲ୍ୟରେ ବରଗଡ଼ ସ୍ଵୟଂ ସିଦ୍ଧା ଭବନ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ଏହି ଅବସର ରେ ଆମ ରୋଷେଇ ଘର ଆମ ଦାୟିତ୍ବ ଉପରେ ଆଧାରିତ ଗୃହିଣୀ ମାନଙ୍କ ମଧ୍ୟରେ ଏକ ରୋଷେଇ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା।

Ad..


ଏହି ପ୍ରତିଯୋଗିତା ରେ ୧୫ ଜଣ ଗୃହିଣୀ ଅଂଶ ଗ୍ରହଣ କରି ଏଲ ପି ଜି ର ସୁରକ୍ଷିତ ବ୍ୟବହାର ସହିତ ରନ୍ଧନ ଦକ୍ଷତା ପ୍ରତିପାଦନ କରିଥିଲେ। ଏହି ପ୍ରତିଯୋଗିତା କୁ ମୂଲ୍ୟାଙ୍କନ କରିବା ପାଇଁ ଖାଦ୍ୟ ସମାଲୋଚକ ଭାବେ ଜ୍ୟୋତି ମିତ୍ତଲ ସାମାଜିକ କର୍ମୀ ସଂଗୀତା ଅଗ୍ରୱାଲ,ଓ ପୁନାମ୍ ମିଶ୍ର ପ୍ରମୁଖ ତିନି ଜଣିଆ ବିଚାରକ ମଣ୍ଡଳୀ ଯୋଗ ଦେଇଥିଲେ। ଗୃହିଣୀ ବିନୋଦିନୀ ପ୍ରଧାନ ପ୍ରଥମ ପୁରସ୍କାର ଲାଭ କରି ବିଜୟୀ ହୋଇ ଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post