Tulsi NXT ପକ୍ଷରୁ ରାଜ ଖରିଆର ରେ ଲକି-ଡ୍ର କାର୍ଯ୍ୟକ୍ରମ, ତ୍ରିନାଥ ବାଗ ଙ୍କୁ ମିଳିଲା ପ୍ରଥମ ପୁରସ୍କାର...
କଣ୍ଟାବାଞ୍ଜି,୦୯/୧୧ : Tulsi NXT କପଡ଼ା ଦୋକାନ ପକ୍ଷରୁ ଦୀପାବଳୀ ଉତ୍ସବ ପୂର୍ବରୁ ଗ୍ରାହକଙ୍କ ପାଇଁ ଗୋଟିଏ ଲକି-ଡ୍ର କୁପନ୍ ରଖା ଯାଇଥିଲା।
Ad..
Tulsi NXT ଖରିଆର ରେ ବିଗତ ୫ ନଭେମ୍ବର ସଂଧ୍ୟା ୬ ଟା ସମୟରେ ସମ୍ମାନିତ ଅତିଥି ଙ୍କ ଉପସ୍ଥିତି ରେ ଲକି-ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଲକି ଡ୍ର କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ନନ୍ଦା, ଖରିଆର ବ୍ୟବସାୟିକ ସଙ୍ଘ ସଭାପତି ରଶ୍ମି ରଞ୍ଜନ ଚଲାନ,ସରପଞ୍ଚ ବୃନ୍ଦାବନ ବାଗ ଏବଂ ତୁଳସୀ ଏନେକ୍ସଟି ଗ୍ରୁପ ମାଲିକ ଗୋପାଳ ଦାଶ ଜୈନ ମଞ୍ଚାସିନ ଥିଲେ।
ଏହା ସହିତ ଗ୍ରାମର ବରିଷ୍ଠ ନାଗରିକ, ତୁଳସୀ NXT ଗ୍ରାହକ ଓ ସାମ୍ବାଦିକ ମାନଙ୍କ ସମ୍ମୁଖରେ ଏହି ଲକି ଡ୍ର ସମ୍ପୂର୍ଣ୍ଣ ପାରଦର୍ଶିତା ସହ କରାଗଲା। କାର୍ଯ୍ୟକ୍ରମ ସଂଚାଳନ ତୁଳସୀ nxt ଏମଡି ଅଜିତ ଜୈନ ଏବଂ ଆଶିଷ ଜୈନ କରିଥିଲେ। ଏହି ଲକି ଡ୍ର ରେ ପ୍ରଥମ ପୁରସ୍କାର ସୈନିକ ତ୍ରିନାଥ ବାଗ ଙ୍କ ନାମ ବାହାରି ଥିବା ବେଳେ ଦ୍ଵିତୀୟ ପୁରସ୍କାର ଧନ୍ ସାଗର ପୋଢ଼, ତୃତୀୟ ପୁରସ୍କାର ପରୀକ୍ଷିତ ମାଝୀ ଙ୍କୁ ମିଳି ଥିଲା। ପୁରସ୍କାର ପାଇଁ ସମସ୍ତେ ଖୁସି ପ୍ରକାଶ କରିଥିଲେ।
Edited by k.s thakur...


