ଓଡିଶା ଆଦର୍ଶ ବିଦ୍ଯାଳୟରେ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ...
ଅମ୍ବାଭୋନା,୦୯/୧୧ : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ଯାଳୟରେ ବିଦ୍ୟାଳୟସ୍ତରୀୟ ଶିଶୁ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୁଧାମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଭାପତିତ୍ବରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବରେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।
Ad..
ସମ୍ମାନିତ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ମନୋହର ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶୀଳ କୁମାର ନାଏକ ଶିଶୁ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଖମାରୀ ଶିକ୍ଷାର୍ଥୀମାନେ ବୈଜ୍ଞାନିକ ହେବା ପାଇଁ ଉପଯୁକ୍ତ ମନୋବୃତ୍ତି ପୋଷଣ କରି ନିରନ୍ତର ଉଦ୍ୟମ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।
ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମାର୍ଗଦର୍ଶନରେ ଶିଶୁ ବିଜ୍ଞାନୀଙ୍କ ଦ୍ଵାରା ପ୍ରସ୍ତୁତ ସର୍ବମୋଟ ୫୪ଟି ବୈଜ୍ଞାନିକ ପ୍ରକଳ୍ପ ସ୍ଥାନ ପାଇଥିଲା। ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ମାନପତ୍ର ପ୍ରଦାନ କରିଥିଲେ।
ଶିକ୍ଷକ ଗଙ୍ଗାରାମ ମିର୍ଦ୍ଧା,ବିକାଶ ପଧାନ , ନିକେଶ ସାହୁ, ମୁକେଶ କୁମାର ସାହୁ, ମହେଶ୍ୱର ପଧାନ ଏବଂ ଶିକ୍ଷୟିତ୍ରୀ ତୃପ୍ତିମୟୀ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଶିକ୍ଷକ ଆଦିତ୍ୟ ଭୁଏ ଏବଂ ଶିକ୍ଷୟିତ୍ରୀ ଦେବପ୍ରିୟା ତାଣ୍ଡି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ହିନ୍ଦୀ ଶିକ୍ଷକ କୀର୍ତ୍ତିଚନ୍ଦ୍ର ସରାଫ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


