ବୃକ୍ଷରୋପଣ କରି ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସ୍ବେଛାସେବୀ...
ଅମ୍ବାଭୋନା,୦୯/୧୧ :- ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଟିଏ ତାର କ୍ଷେତରେ ସୁନାର ଫସଲ ଫଳାଇ ଥାଏ ।କୃଷକ ର ଧାନ କିଆରୀ ଟି ହେଉଛି ତାର ଜୀବନ୍ତ ଚିତ୍ର ।କିନ୍ତୁ ଅମଳ ହୋଇ ଘରକୁ ନ ଆସିବା ଯାଏ ଚାଷୀଙ୍କୁ ନିଦ ନ ଥାଏ।କେବଳ ଫସଲ କିଆରୀକୁ ଦେଖିଦେଇ ତାର ପେଟ ପୁରୀ ଯାଏ।
Ad..
ଆଉ କେତେଯେ ସ୍ଵପ୍ନ ଦେଖେ ତାର ହିସାବ ମଧ୍ୟ ନ ଥାଏ, ଏହିଭଳି ଏକ ସଂଜ୍ଞ୍ୟା କୁ ବୁଝି ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଢୀପାଲି ଗ୍ରାମର ଜଣେ ସ୍ବେଛାସେବୀ ଶ୍ରୀ ଅଲଡ୍ରିନ ପାତ୍ର ଙ୍କ ର ସୁନ୍ଦର ପ୍ରୟାସ ଆଜି ଦେଖିବାକୁ ମିଳିଛି।
ସେ କୁହନ୍ତି ଆମ ଦେଶ ଭାରତ ରେ ପ୍ରତ୍ୟେକ ନାଗରିକ ଏକ ନାରା ଦେଇଥାନ୍ତି "ଜୟ ଯବାନ ଜୟ କିଷାନ " କିନ୍ତୁ ଜଣେ ଯବାନଙ୍କ ର ମର ଶରୀର ଯଦି ସହିଦ ହୋଇ କି ନିଜ ଗାଁ ମାଟି କୁ ଆସିଥାନ୍ତି ତାହେଲେ ତାଙ୍କୁ ବହୁତ ସମ୍ମାନ ମିଳିଥାଏ। ସେହି ପରିପ୍ରେକ୍ଷୀ ରେ ଯଦି ଜଣେ କୃଷକ ଯିଏ କି ସମସ୍ତ ଯିବ ଜଗତ ର ଅର୍ଣ୍ଣ ଦାତା ବୋଲି ଆମେ କହିଥାଉ ତାହା କେବଳ କାଗଜ କଲମ କିମ୍ବା କଥା କଥା ରେ ରହିଯାଉଛି।
ଯଦି ଆମେ ସେହି କୃଷକ ଭାଈ ଯିଏ ଖରା ବର୍ଷା ଶୀତ ରେ ଜମି ରେ ଚାଷ କରି ଆମକୁ ଦୁଇ ଓଳି ଖାଇବାକୁ ଦାନା ଯୋଗାଉଛି ତାଙ୍କର ଅନ୍ତିମ ସମୟରେ ଶ୍ରଦ୍ଧାଞ୍ଜଳି ପୂର୍ବକ ସମ୍ମାନ ଜଣାଇବା ତାହେଲେ ଆଗାମୀ ପିଢ଼ି ଚାଷ ଓ ଚାଷୀ ର ମହତ୍ତ୍ୱ କୁ ବୁଝି ପାରିବେ ବୋଲି ମୁଁ ଆଶା କରୁଛି କହିଥିଲେ ଏବଂ ସ୍ବେଛାସେବୀ ଶ୍ରୀ ଅଲଡ୍ରିନ ପାତ୍ର ନିଜର ଜନ୍ମ ମାଟି ବୁଢୀପାଲି ଗ୍ରାମରେ ଜଣେ କର୍ମଠ ସଫଳ ଚାଷୀ ସ୍ବର୍ଗତ ଗୋପାଳ ପାତ୍ର ଙ୍କ ର ଶ୍ରାଦ୍ଧ ଦିବସ ରେ ଗାଁ ସ୍କୁଲ ର କିଛି ବିଦ୍ୟାର୍ଥୀ ମାନଙ୍କ ସହିତ ମିଶିକି ସ୍ମୃତି ପୂର୍ବକ ସମ୍ମାନ ଜଣାଇ ବୃକ୍ଷ ରୋପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅଲଡ୍ରିନ ଙ୍କ ଏପରି ପ୍ରୟାସ କୁ ବୁଦ୍ଧିଜୀବୀ ମହଳ ରେ ପ୍ରଶଂସା କରାଯାଉଛି।
Report : Bijay ku sahu
Edited by k.s thakur...


