କୁଷ୍ଠ ନିରାକରଣ ପାଇଁ ଆଶା ତାଲିମ ଶିବିର...
ଅମ୍ବାଭୋନା,୦୯/୧୧ : - ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଦା. ଟେମରାମ ଦେହେରି ଙ୍କ ଆହ୍ୱାନ କ୍ରମେ ଭୁକ୍ତାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଭିଡ ହଲ ଠାରେ କୁଷ୍ଠ ନିରାକରଣ ଚି଼ହ୍ନଟ କାର୍ଯ୍ୟକ୍ରମ ପାଇଁ ଆଶା ମାନଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।
Ad..
ଅମ୍ବାଭୋନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ତଥା ବ୍ଲକ କୁଷ୍ଠ ନୋଡାଲ ଅଧିକାରୀ ଡା. ପ୍ରଶାନ୍ତ ପଣ୍ଡା ଯୋଗଦେଇ କୁଷ୍ଠ ରୋଗୀ ର ବିଭିନ୍ନ ଅବସ୍ଥା ଓ ଚିକିତ୍ସା ଉପରେ ବିଶଦ ଭାବେ ଆଲୋଚନା କରିଥିଲେ।
ବ୍ଲକ ନୋଡାଲ କୁଷ୍ଠ କର୍ମୀ ଶ୍ରୀ ଜୟ ପ୍ରକାଶ ମହାପାତ୍ର ଆସନ୍ତା ନଭେମ୍ବର ୧୮ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଶା କର୍ମୀ ଘର କୁ ଘର ବୁଲି ରୋଗୀ ଚି଼ହ୍ନଟ ପ୍ରକ୍ରିୟା ଉପରେ ତାଲିମ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ କଣ୍ଡପଳା ସେକ୍ଟର ଓ ଭୁକ୍ତା ସେକ୍ଟର ର ଆଶା କର୍ମୀ ମାନେ ଯୋଗ ଦେଇ ଥିଲେ।
କାର୍ଯ୍ୟକ୍ରମ ରେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଯାଜ୍ଞସେନି ସାହୁ, ଜ୍ୟୋତିର୍ମୟୀ ସାହୁ, ଛବିରାଣୀ ନେଗୀ, ପ୍ରମୋଦା ମଲ୍ଲିକ, ସ୍ୱାସ୍ଥ୍ୟ ସୁପରଭାଇଜର ଶ୍ରୀ ଗୋବିନ୍ଦ ପଧାନ ଯୋଗ ଦେଇଥିଲେ।ପ୍ରକାଶ ଥାଉ କି, ଗତ ତା -୭-୧୧-୨୦୨୪ ରେ ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମଧ୍ୟ ଡୁଙ୍ଗୁରି ସେକ୍ଟର ଆଶା କର୍ମୀ ଙ୍କ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି।ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବ୍ଲକ କୁଷ୍ଠ ନୋଡାଲ କର୍ମୀ ଶ୍ରୀ ଜୟ ପ୍ରକାଶ ମହାପାତ୍ର।
Report : Bijay ku sahu
Edited by k.s thakur...


