ଜନତା ହାଇସ୍କୁଲରେ ନିଶାମୁକ୍ତ ଯୁବ ଅଭିଯାନରେ ସାମୂହିକ ଶପଥ...
ବରଗଡ଼,୦୯/୧୧ : ନିଶା ମୁକ୍ତ ଯୁବ ଅଭିଯାନ ଅବସରରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଏହି ଶପଥ ପାଠ କରାଇଥିବା ବେଳେ କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ, ଈଶ୍ୱର ପଧାନ,ତେଜରାମ ସା,ଆଶୁତୋଷ ଭୋଇ, ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ, ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
Ad..
ଏହି ନିଶାମୁକ୍ତ ଯୁବ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟର ମାନକ କ୍ଲବ୍,ବିଜ୍ଞାନ କ୍ଲବ୍, ଶକ୍ତି କ୍ଲବ,ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ,ଗଣିତ କ୍ଲବ,ନେତାଜୀ ସ୍କାଉଟ ଏବଂ ଜୁନିଅର୍ ରେଡ୍ କ୍ରସର ସଦସ୍ୟଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଜୀବନରେ କୌଣସି ପ୍ରକାରର ତମାଖୁ ଜାତୀୟ ଦ୍ରବ୍ୟ ବ୍ଯବହାର ନ କରିବା ପାଇଁ ତଥା ନିଜର ପରିବାର ସଦସ୍ୟ,ବନ୍ଧୁ ଏବଂ ପରିଚିତମାନେ ଯେପରି ତମାଖୁ ଜାତୀୟ ଦ୍ରବ୍ୟ ବ୍ଯବହାର କରିବେ ନାହିଁ ସେଥିନିମନ୍ତେ ଉତ୍ସାହିତ କରିବା ନିମନ୍ତେ ଶପଥ ପାଠ କରିଥିଲେ।
ତମାଖୁ ଦ୍ରବ୍ୟର ବ୍ୟବହାରରୁ ନିଜ ପରିବେଶର ସୁରକ୍ଷା କରିବା ପାଇଁ ଆବଶ୍ୟକ ସହଯୋଗ କରିବାକୁ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।
Report : Bijay ku sahu
Edited by k.s thakur...


