ଦିପ୍ତୀପୁରରେ ଏକାଦଶ ବ୍ଲକ୍ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କ ସମ୍ମିଳନୀ...

ଦିପ୍ତୀପୁରରେ ଏକାଦଶ ବ୍ଲକ୍ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କ ସମ୍ମିଳନୀ...


ବରଗଡ଼,୧୦/୧୧ : ସ୍ଥାନୀୟ ଦିପ୍ତୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଦିପ୍ତୀପୁର ଠାରେ ଏକାଦଶ ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି।ଉକ୍ତ ସମ୍ମିଳନୀରେ ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଲୋକନାଥ ଭୋଇ ମୁଖ୍ୟ ଅତିଥି ଭାବେ, ଜମରତଲା ଉଚ୍ଚ ବିଦ୍ୟାଳୟର ରାଜେଶ କୁମାର ଖମାରୀ ଏବଂ ଜମଳା ଉଚ୍ଚ ବିଦ୍ୟାଲୟ ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା ସାଧନ କର୍ମୀ ଭାବେ ଯୋଗଦାନ କରିଥିଲେ। 

       Ad..


ପ୍ରଥମେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ ୩୦ ଟି ମାଧ୍ୟମିକ ବିଦ୍ୟାଳୟ ରୁ ପ୍ରତିନିଧିତ୍ଵ କରିଥିବା ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟ ସମ୍ମୁଖରୁ ପାଛୋଟି ଆଣିଥିଲେ। ସଭାପତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଭୋଇ ଙ୍କ କର କମଳରେ ବାଗ୍ଦେବୀ ସରସ୍ଵତୀ ଏବଂ ବିଘ୍ନରାଜ ଗଣେଶ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। 

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ତରଣୀସେନ ଭୋଇ ଅତିଥି ପରିଚୟ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଉପଢୌକନ  ଓ ଫୁଲତୋଡ଼ା ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା। 

ଦୁଇ ପ୍ରଧାନ ଶିକ୍ଷକ ତଥା ସାଧନ କର୍ମୀ ଶ୍ରୀଯୁକ୍ତ ଖମାରୀ ଏବଂ ଶ୍ରୀଯୁକ୍ତ ପଣ୍ଡା ଯଥା କ୍ରମେ ଉତ୍କର୍ଷ କାର୍ଯ୍ୟକ୍ରମ, ଆକାଂକ୍ଷୀ କାର୍ଯ୍ୟକ୍ରମ, ଖାନ୍ ଏକାଡେମୀ ଦ୍ୱାରା ଗଣିତ ଦକ୍ଷତା ବୃଦ୍ଧି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ପିଏମ୍ ଶ୍ରୀ ସ୍କୁଲ କାର୍ଯ୍ୟକ୍ରମ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଉପରେ ଆଲୋକପାତ କରିଥିଲେ। ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ବିଦ୍ୟାଳୟର ଇ-ଲାଇବ୍ରେରୀ, ବିଜ୍ଞାନଗାର ଏବଂ ପ୍ରତ୍ୟେକ ଶ୍ରେଣୀ କକ୍ଷ କୁ ଯାଇ ଖୁସି ବ୍ୟକ୍ତ କରିଥିଲେ। 

ଏହି ନିକଟରେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ରୁ ସ୍ଵତନ୍ତ୍ର ଭାବେ ତାଲିମ୍ ନେଇ ଆସିଥିବା ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ  ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ସାହୁ ମାଧ୍ୟମିକ ବିଦ୍ୟାଳୟର ଡିଜିଟାଲ ମୂଲ୍ୟାଙ୍କନ କେମିତି ନିର୍ଭୁଲ ଭାବେ ଠିକ୍ ସମୟରେ ହୋଇ ପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ। ପରିଶେଷରେ କ୍ଷୀରସିନ୍ଧୁ ସୁନା ଧନ୍ୟବାଦ ଅର୍ପଣ କରିଥିଲେ। 

ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ତରଣୀସେନ ଭୋଇ , ଶ୍ରୀ ଗୋପବନ୍ଧୁ ସାହୁ, ସୁଶ୍ରୀ ସେଫାଳୀ ପାତ୍ର, ଆଶିଷ କୁମାର ବିଶି, ରଶ୍ମିରେଖା ପଧାନ, ମୋନାଲିସା ମେହେର , ରାମପ୍ରସାଦ ସାବତ, ସୁଶାନ୍ତ କୁମାର ଗଡ଼ତିଆ, ପବିତ୍ର କଲେତ୍ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post