ବଙ୍ଗୋମୁଣ୍ଡା ଧନୁଯାତ୍ରା ପାଇଁ କମିଟିର ସାମ୍ବାଦିକ ସମ୍ମିଳନୀ...
(୩୮ ତମ ଧନୁଯାତ୍ରା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ,ଦୁଲୁକି ଉଠିବ ମଞ୍ଚ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଆକର୍ଷଣ)
ବଙ୍ଗୋମୁଣ୍ଡା,୦୯/୧୧ : ବଙ୍ଗୋମୁଣ୍ଡା ସ୍ଥିତ ସାର୍ବଜନୀନ ଖେଳପଡ଼ିଆ ଠାରେ ଚଳିତ ବର୍ଷ ୩୮ ତମ ଧନୁଯାତ୍ରା ମହୋତ୍ସବ ପାଳିତ ହେବ ।ଆସନ୍ତା ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ବ୍ୟାପୀ ପାଳିତ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ରେ ବଙ୍ଗୋମୁଣ୍ଡା ମଥୁରା ନଗର ଏବଂ ଗୋହିରାପଦର ଗୋପପୁର ପାଲଟିବ।
Ad..
୧୦ ତାରିଖ ଦିନ ସକାଳେ ଆରାଧ୍ୟ ଦେବୀ ମାଁ ଦ୍ୱାରସେହ୍ନିଙ୍କ ପୀଠରୁ ମଶାଲ ବାହାରି ଧନୁଯାତ୍ରା ପଡ଼ିଆରେ ସ୍ଥାପିତ କରାଯିବ । ୧୧ ତାରିଖ ଠାରୁ ପ୍ରତ୍ୟହ ସନ୍ଧ୍ୟା ୭ ଟାରେ କଂସ ଦରବାର ଅନୁଷ୍ଠିତ ହେବ ।ପୌରାଣିକ କଥାବସ୍ତୁକୁ ନେଇ ନାଟ୍ୟାଭିନୟ ସହିତ ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।
ଧନୁଯାତ୍ରା ପଡ଼ିଆରେ ବ୍ୟବସାୟିକ ଷ୍ଟଲ,ମୀନା ବଜାର ଆଦି ଲାଗିବ ।ଦର୍ଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆୟୋଜକ କମିଟୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।ଧନୁଯାତ୍ରା ଉତ୍ସବ ସମ୍ପର୍କରେ ଧନୁଯାତ୍ରା କମିଟି ସଭାଗୃହ ଠାରେ ଶନିବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଧନୁଯାତ୍ରା କମିଟିର ସଭାପତି ତୁଳସୀରାମ ହଂସ,କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ,ଉପ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ,ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ,ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା, କୋଷାଧ୍ୟକ୍ଷ ମୁକେଶ ଜୈନ ପ୍ରମୁଖ ସୂଚନା ଦେଇଥିଲେ।
ନନ୍ଦ ଉତ୍ସବ,କାଳୀୟ ଦଳନ,ଗୋପପୁର,ଏବଂ ଅଘୋରୀଙ୍କ ଦ୍ଵାରା ଶୋଭାଯାତ୍ରା କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଅଭିନେତା ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଆକର୍ଷଣ ରହିଛନ୍ତି ।ଅଞ୍ଚଳର କଳାକାର ଙ୍କ ସହ ଜିଲା ତଥା ଜିଲା ବାହାରର କଳାକାର ତାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।ପ୍ରଶାସନ ପକ୍ଷରୁ ବିଭିନ୍ନ ଷ୍ଟଲ ଲାଗିବା ସହିତ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳା ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଥିଲା ।
Edited by k.s thakur...


