ଜର୍ଜ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା...

ଜର୍ଜ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା...


ବରଗଡ଼,୦୯/୧୧ : ବରଗଡ଼ ର ସର୍ବ ପୁରାତନ ଜର୍ଜ ଉଚ୍ଚ  ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶଙ୍କ ସଭାପତିତ୍ବରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ ହୋଇଯାଇଅଛି।

        Ad..


ଉକ୍ତ ଉଦଘାଟନୀ ଉତ୍ସବରେ ଇଂ.ଶ୍ରୀଯୁକ୍ତ ଅସୀମ ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ର ପ୍ରଦର୍ଶନ ପୂର୍ବକ ଭୂୟସୀ ପ୍ରଶଂସା କରିଥିଲେ । ଠିକ୍ ସେହିଭଳି ଅପରାହ୍ନ ୩ଟା ସମୟରେ ବିଜ୍ଞାନ ମେଳା ର ଉଦଯାପନୀ ଉତ୍ସବରେ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସୌଭାଗ୍ୟ ରଞ୍ଜନ ପ୍ରଧାନ ଯୋଗଦାନ କରି ବିଜ୍ଞାନ ଶିକ୍ଷାର ଉପଯୋଗୀତା ଏବଂ ବିଜ୍ଞାନ ଶିକ୍ଷା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହିତ କରିଥିଲେ। 

ଉକ୍ତ ବିଜ୍ଞାନ କର୍ମଶାଳା ଆୟୋଜନ କରିବାରେ ଶ୍ରୀମତୀ ମମତା ବିଶିଙ୍କ ନେତୃତ୍ୱରେ ବିଦ୍ୟାଳୟ ର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରୀୟ  ସହଯୋଗ କରିଥିଲେ ଏବଂ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଶୃଙ୍ଖଳା ରକ୍ଷା ପୂର୍ବକ ସହାୟତା କରିଥିଲେ । ଉକ୍ତ ବିଜ୍ଞାନ ମେଳା ରେ ୪୨ ଗୋଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା ଏବଂ ଜୁନିୟର ଓ  ସିନିୟର୍ ଏହି କ୍ରମରେ ଦୁଇଟି ଦଳଙ୍କୁ ପୁରସ୍ଖୃତ କରାଯାଇ ଥିଲା।

ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମଜା ପତି ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ମୂଖ୍ୟ ଅତିଥି ଙ୍କୁ ସମ୍ମାନିତ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ସଭାପତିତ୍ବ ଅଭିଭାଷଣ ପ୍ରଦାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post