କଣ୍ଟାବାଞ୍ଜି ତୁଳସୀ nxt ପକ୍ଷରୁ ଲକି ଡ୍ର କାର୍ଯ୍ୟକ୍ରମ...

କଣ୍ଟାବାଞ୍ଜି ତୁଳସୀ nxt ପକ୍ଷରୁ ଲକି ଡ୍ର କାର୍ଯ୍ୟକ୍ରମ...


କଣ୍ଟାବାଞ୍ଜି,୧୬/୧୧ : କଣ୍ଟାବାଞ୍ଜି ତୁଳସୀ nxt ପକ୍ଷରୁ ୧୪ ତାରିଖ ସଂଧ୍ୟା ୭ ଟା ସମୟରେ ଲକି ଡ୍ର କାର୍ଯ୍ୟକ୍ରମ ସମ୍ମାନିତ ଅତିଥି ଓ ଗ୍ରାହକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।

Ad..


ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବେଲପଡ଼ା ସରପଞ୍ଚ ପୁରଣ ବାଗ,କଣ୍ଟାବାଞ୍ଜି ଅଗ୍ରୱାଲ ସଭା ସଭାପତି କୈଳାଶ ଚନ୍ଦ ଅଗ୍ରୱାଲ,ସମାଜ ସେବୀ ଗୋବିନ୍ଦ ଅଗ୍ରୱାଲ, ଗୌ ସେବକ ଅଶୋକ ଛପଡ଼ିଆ, ଆଇନଜୀବୀ ପ୍ରଫୁଲ୍ଲ ନାୟକ,ସମାଜସେବୀ ପପୁ ଯୁଏଡ ଏବଂ ତୁଳସୀ nxt ଡାଇରେକ୍ଟର ନରେଶ ଜୈନ ସାମିଲ ହୋଇ ଥିଲେ।

ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ନେତୃତ୍ୱ ରେ ସାର୍ବଜନୀନ ରୂପ ରେ ପୂର୍ଣ୍ଣ ପାରିଦର୍ଷିତା ସହ କରାଯାଇଥିଲା। ତୁଳସୀ nxt ପକ୍ଷରୁ ଅଜିତ ଜୈନ ଓ ଆଶିଷ ଜୈନ କହିଛନ୍ତି ଯେ ଆଗକୁ ମଧ୍ୟ ଗ୍ରାହକ ମାନଙ୍କ ପାଇଁ ଏହି ପ୍ରକାର ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ।

ଏହା ପୂର୍ବରୁ ତୁଳସୀ nxt ଖରୀଆର ଶାଖା ପକ୍ଷରୁ ୫ ତାରିଖ ଦିନ ଲକି ଡ୍ର,୧୧ତାରିଖ ଦିନ ଟିଟିଲାଗଡ଼ ରେ ଓ ୧୪ ତାରିଖ ଦିନ କଣ୍ଟାବାଞ୍ଜି ରେ ଲକି ଡ୍ର କାର୍ଯ୍ୟକ୍ରମ କରାଯାଇଥିଲା।

ସମସ୍ତ ଶାଖା କୁ ମିଶାଇ ମୋଟ ୩ ଟି ହିରୋ ପ୍ଲେଜର୍,୩ ଟି ଫ୍ରୀଜ,୩ଟି ୱାଶିଂ ମେସିନ,୩୦ ଟି ସାନ୍ତନା ମୂଳକ ପୁରସ୍କାର ଗ୍ରାହକଙ୍କୁ ପ୍ରଦାନ କରାଯାଇଛି।





Edited by k.s thakur...



Post a Comment

Previous Post Next Post