କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ଦ୍ବାରା ଜାତୀୟ ପ୍ରେସ ଦିବସ ପାଳିତ...

କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ଦ୍ବାରା ଜାତୀୟ ପ୍ରେସ ଦିବସ ପାଳିତ...


କଣ୍ଟାବାଞ୍ଜି,୧୬/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ଡାକ ବଙ୍ଗଳାରେ ପାଳନ କରାଯାଇଛି। ଏହି ଅବସରରେ କଣ୍ଟାବାଞ୍ଜି ର ବିକାଶ ରେ ଗଣମାଧ୍ୟମ ର ଅତୀତ ,ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା କରାଯାଇଥିଲା , କାର୍ଯ୍ୟକ୍ରମ ରେ ଅତିଥି ଭାଭେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାର ମେଡିକାଲ ଅଧିକାରୀ ଡ଼ା ରାକେଶ ପଣ୍ଡିତ , ସମ୍ମାନୀତ ଅତିଥି ଅଗ୍ରୱାଲ ସଭା ଟ୍ରଷ୍ଟ ର ସଭାପତି କୈଳାସ ଚନ୍ଦ୍ର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମା  ଯୋଗ ଦେଇଥିଲେ।

        Ad..


 ଏହି ଅବସରରେ ସାମ୍ବାଦିକ ମାନଙ୍କ ସରକାରଙ୍କ ଠାରେ ବିଭିନ୍ନ ସମସ୍ୟା ଓ ଅଧିକାରୀ ଉପରେ ଆଲୋଚନା କରାଯାଇଥିଲା ଏହି ପରି କି କଣ୍ଟାବାଞ୍ଜି ଅଞ୍ଚଳର ବିକାଶ ଉପରେ ସାମ୍ବାଦିକ ମାନଙ୍କ ଭୂମିକା କୁ ପ୍ରଶଂସା କରିବା ସହ ଆଗମୀ ଭବିଷ୍ୟତ ରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ଜୀଵନ ଜୀବିକା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା କୁ ନେଇ ନିଷ୍ପତି ନିଆଯାଇଥିଲା। 

ମୂଖ୍ୟ ବକ୍ତା ନିଜର ଅଭିଭାଷଣ ରେ ସାମ୍ବାଦିକ ମାନଙ୍କ ନିଃସ୍ୱାର୍ଥ କଲମ ଚାଳନ ଯୋଗୁ ଆଜି କେବିକେ ଯୋଜନା , ଏମ ଜି ଏନାର ଜିଏସ ଯୋଜନା , ଏମ ଡ଼ି ଏମ ଯୋଜନା , ଦାଦନ ସମସ୍ୟା ଭଳି ଯୋଜନା କୁ ଲୋକ ଲୋଚନ କୁ ଆଣି ଥିବା ରୁ ସରକାର ଏଥି ପ୍ରତି ସଚେତନ ହୋଇ ବିଭିନ୍ନ ଯୋଜନା କରିଥିବା କୁ ନଜର କୁ ଆସିଛି । ଆଗମୀ ଦିନ ଆଞ୍ଚଲିକ ସାମ୍ବାଦିକଙ୍କର ଭୂମିକା ଆହୁରି ଗୃତ ପୁର୍ଣ ହେବା ବୋଲି ଉପସ୍ଥିତ ଅତିଥି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।  

ସଙ୍ଘ ର ଉପ ସଭାପତି ମୋହନ ସୋନିଙ୍କ ସଭାପତିତ୍ୱ ରେ କାର୍ଯ୍ୟକାରୀ ସଭାପତି ଗୁରୁଦୟଲ ହଂସ , ବରିଷ୍ଠ ସାମ୍ବାଦିକ ସୁଭାଷ ବେହେରା, ଜୀବନନ୍ଦ ମହାନ୍ତି , ଶିବ ଶଙ୍କର ବାଗ , ସମ୍ପାଦକ ଏସ କେ ସମିମ , କୋଷାଧ୍ୟକ୍ଷ କୃତିକର ବାଗ , କୈଳାସ ସାଗରୀୟ , ବିନୋଦ ସିଂ , କୁଶଳ ସିଂ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।




Edited by k.s thakur...




 

Post a Comment

Previous Post Next Post