କାର୍ତ୍ତିକ ପୂର୍ଣିମାରେ ଅଙ୍ଗ ଆଳତୀ...

କାର୍ତ୍ତିକ ପୂର୍ଣିମାରେ ଅଙ୍ଗ ଆଳତୀ...


ବରଗଡ଼,୧୬/୧୧ : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ  ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି  । ଏହାକୁ ଉପଜୀବ୍ୟ କରି ଆଜି ତା.୧୫.୧୧.୨୦୨୪ ଶୁକ୍ରବାର କାର୍ତ୍ତିକ ପୁର୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ତୃତୀୟ ଅଙ୍ଗ ଆଳତୀ କରାଯାଇଅଛି। 

Ad..


ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହୁଲପାଲି ସ୍ଥିତ ଶିବ ମନ୍ଦିର ଘାଟରେ ଅଙ୍ଗ ଆଳତୀ ଅନୁଷ୍ଠିତ ହୋଇଛି । ମୁଖ୍ୟ କର୍ତ୍ତା ଭାବାରେ ଶ୍ରୀ ଦୁଷ୍ମନ୍ତ (କୁଶ) ସାହୁ ଦାୟିତ୍ୱ ତୁଲାଇଥିଲେ।

ଏହି ଆଳତୀ ସମୟରେ ଘଣ୍ଟ,ଶଙ୍ଖ ଓ  ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା । ଏହି ଅବସରରେ ପଣ୍ଡିତ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପଣ୍ଡିତ ଖଗେଶ୍ବର ତ୍ରିପାଠୀ, ପଣ୍ଡିତ ସୁଲପାନି ପଣ୍ଡା, ପଣ୍ଡିତ ଆନନ୍ଦ ମିଶ୍ର, ଅନିଲ ପଣ୍ଡା, ବାବୁଲ ପଣ୍ଡା, ଅଶୋକ ପାଣିଗ୍ରାହୀ , ଭବାନୀ ଶଙ୍କର ମହାପାତ୍ର,  ମଣ୍ଟୁ ଦାସ, ଅରୁଣ ଦାନୀ, ତୁଳରାମ ସାହୁ, ଦେବାଧି ମେହେର, ପ୍ରଶାନ୍ତ ସାହୁ, ପ୍ରତାପ ନାଥ, ଅକ୍ଷୟ ଦାନୀ, ନାରାୟଣ ପଣ୍ଡା, ପ୍ରଫୁଲ୍ଲ କୁମାର ସିଂହ, ସନ୍ତୋଷ କୁମାର ପଣ୍ଡା, ଗଙ୍ଗାଧର ମହାନ୍ତି ଓ ମହୁଲପାଲି ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।



Report : Bijay ku sahu

Edited by k.s thakur...



Post a Comment

Previous Post Next Post