ରାସ ପୂର୍ଣ୍ଣିମା ପାଳନ ଅବସର ରେ ନିଲଜୀ ଗ୍ରାମ ର କୃଷ୍ଣ ଗୁରୁ ଦଳ ସମ୍ବର୍ଦ୍ଧିତ...
ବରଗଡ଼,୧୫/୧୧ : ନିଗମାନନ୍ଦ ବିହାର ଠାରେ ଅନୁଷ୍ଟିତ ରାସ ପୂର୍ଣ୍ଣିମା ପାଳନ ଅବସର ରେ ଅନୁଷ୍ଟିତ ଭଟଲି ବ୍ଲକ ଅନ୍ତର୍ଗତ ନିଲଜୀ ଗ୍ରାମ ର କୃଷ୍ଣ ଗୁରୁ ଦଳ କୁ ନିଗମାନନ୍ଦ ବିହାର ଉନ୍ନୟନ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
Ad..
କମିଟି ର ସଭାପତି ସଦାଶିବ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ପଡ଼ା ର ବରିଷ୍ଠ ନାଗରିକ ବିଦ୍ୟାଧର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ପାଦକ ଟିକେଲାଲ ନାଏକ ସଙ୍କୀର୍ତ୍ତନ ପରିଷଦ ଅଧ୍ୟକ୍ଷ ବାଙ୍କା ବିହାରି ସାହୁ ,କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର କମ୍ପ ଉପ ସଭାପତି ଅର୍ଜୁନ ସେଟ୍ ବରିଷ୍ଠ ସଦସ୍ୟ ମୃତ୍ୟୁଞ୍ଜୟ ମିଶ୍ର ,ପ୍ରକାଶ ଭୋଇ,ସଦସ୍ୟା ସ୍ମିତା ଦେହୁରୀ, ପ୍ରମୁଖ ଉପସ୍ଥିତ ରହି କୃଷ୍ଣ ଗୁରୁ ଦଳ ର ସମସ୍ତ କଳାକାର ଙ୍କୁ ଅଙ୍ଗ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟ କ୍ରମ ପରିଚାଳନା ରେ ସମସ୍ତ ପଡ଼ା ବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ସକ୍ରିୟ ସଦସ୍ୟ ଧର୍ମେନ୍ଦ୍ର ପତି ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


