ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଆଳାପ ଅନୁଷ୍ଠାନ ର ଓଡିଶୀ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ...
ବରଗଡ଼,୧୫/୧୧ : ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ ହଲ୍ ଠାରେ ଓଡ଼ିଶୀ ପ୍ରସିଦ୍ଧ ଆଳାପ ଅନୁଷ୍ଠାନ ର ପଦ୍ମପୁର ଶାଖା ତରଫରୁ ଆଳାପ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଳାପ ପଦ୍ମପୁର ଶାଖା ର ଉଦ୍ଯକ୍ତା ରାମଚନ୍ଦ୍ର ତ୍ରିପାଠୀ ଙ୍କ ଦ୍ବାରା ଆୟୋଜିତ ଆଳାପ ୨୦୨୪ ଅନୁଷ୍ଠିତ ହୋଇଯାଇଛି।
Ad..
ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଅତିଥି ଭାବରେ କୃଷ୍ଣପ୍ରସାଦ ମହାବିଦ୍ୟାଳୟ ର ପ୍ରଧ୍ୟାପକ ନୃସିଂହ ଚରଣ ପଧାନ, ଆଇନଜୀବୀ ଗୈନ୍ତିଆ କୁମାର ସାହୁ ଯୋଗଦାନ ଦେଇଥିଲେ।
ଓଡିଶୀର ପ୍ରତିଷ୍ଠିତ କଳାକାର ଗୁରୁ ନିମାକାନ୍ତ ରାଉତରାୟ, ଉତ୍ସବ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ , ସଂଗୀତ ସୋମ୍ଯ ବିଶ୍ବଜିତ ଉତ୍କଳ ବିଶ୍ୱବିଦ୍ୟାଳୟ ଗୀତାର ବାଦକ ସୋମ୍ୟକାନ୍ତ ମଲ୍ଲିକ, ମର୍ଦ୍ଦଳ ବାଦକ ସନ୍ତୋଷ ସୁନା ମଞ୍ଜିରା ବାଦକ ବଂଶୀଧର ସାହୁ ବଂଶୀବାଦନ ଆକାଶବାଣୀ କଣ୍ଠଶିଳ୍ପୀ ପ୍ରଫୁଲ୍ଲ ମଙ୍ଗଳ, ପାଣ୍ଡୁରାମ ମହାନନ୍ଦ, ବିଜୟଲକ୍ଷ୍ମୀ ରାଉତରାୟ, ପ୍ରସାଦ କୁମାର ମିଶ୍ର, ଇତିଶ୍ରୀ ସ୍ନିଗ୍ଧା ପଧାନ, ଆର୍ଯ୍ୟ ଆଦ୍ଯା ଶକ୍ତି ତ୍ରିପାଠୀ ପ୍ରମୁଖ ଓଡିଶୀ ସଗୀତ ପରିବେଷଣ କରିଥିଲେ। ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାର ମଞ୍ଚ ପରିଚାଳନା କରିଥିଲେ।
Report : Bijay ku sahu
Edited by k.s thakur...


