ବରଗଡ ର ସୌର୍ଯ୍ୟ ରଞ୍ଜନ ରାଏ ଓଡ଼ିଶା - ମହାରାଷ୍ଟ୍ର ରଣଜୀ ମ୍ୟାଚ ପାଇଁ ଓଡ଼ିଶା ଦଳ ର ଟ୍ରେନର ଭାବରେ ନିଯୁକ୍ତ...

ବରଗଡ ର ସୌର୍ଯ୍ୟ ରଞ୍ଜନ ରାଏ ଓଡ଼ିଶା  - ମହାରାଷ୍ଟ୍ର ରଣଜୀ ମ୍ୟାଚ ପାଇଁ ଓଡ଼ିଶା ଦଳ ର ଟ୍ରେନର ଭାବରେ ନିଯୁକ୍ତ...

ବରଗଡ,୧୫/୧୧ : ବରଗଡ ଜିଲ୍ଲା କ୍ରିକେଟ ଏସୋସିଏସନ୍ ର ବରିଷ୍ଠ ସଦସ୍ୟ ସୌର୍ଯ୍ୟ ରଞ୍ଜନ ରାଏ ଓଡ଼ିଶା ରଣଜୀ ଦଳ ର ଟ୍ରେନର ଭାବରେ ନିଯୁକ୍ତ ହୋଇଛନ୍ତି । ଗତକାଲି ଓଡ଼ିଶା କ୍ରିକେଟ ଏସୋସିଏସନ୍ ପକ୍ଷରୁ ତାଙ୍କୁ ଓଡ଼ିଶା ରଣଜୀ ଦଳରେ ଟ୍ରେନର ଭାବରେ  କଟକ ବାରବାଟି ଷ୍ଟାଡିୟମ୍ ରେ ଆରମ୍ଭ ହୋଇଥିବା ଓଡ଼ିଶା - ମହାରାଷ୍ଟ୍ର ରଣଜୀ ମ୍ୟାଚ ପାଇଁ ଦଳରେ ସୁଯୋଗ ଦିଆଯାଇଛି। 

         Ad..


ଶ୍ରୀ ରାଏ ଗତ ୨୦୦୯ ମସିହା ରେ ଓଡ଼ିଶା କ୍ରିକେଟ ଏସୋସିଏସନ ପକ୍ଷରୁ କରାଯାଇଥିବା ଟ୍ରେନର ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ,ସେହି ବର୍ଷ ରୁ ହିଁ ଓଡ଼ିଶା ୧୬ ବର୍ଷରୁ କମ, ୨୩ ବର୍ଷରୁ କମ ବୟସ ବର୍ଗ,ତଥା ଓଡ଼ିଶା ମହିଳା କ୍ରିକେଟ ଦଳ ର ଟ୍ରେନର ଭାବରେ ସଫଳତା ର ସହ କାର୍ଯ୍ୟ ତୁଲାଇ ଆସୁଛନ୍ତି । ବର୍ତମାନ ତାଙ୍କୁ ଓଡ଼ିଶା ରଣଜୀ ଦଳ ର ଟ୍ରେନର ଭାବରେ ନିଯୁକ୍ତ କରାଯାଇଛି । 

ଶ୍ରୀ ରାଏ ନିଜର ବ୍ୟକ୍ତିଗତ ଉଦ୍ୟମ ରେ ବରଗଡ ଜିଲ୍ଲା ରେ ଯୁବ କ୍ରିକେଟର ମାନଙ୍କୁ ଉଭୟ ଶାରୀରିକ ଓ କ୍ରିକେଟ ପ୍ରଶିକ୍ଷଣ ଦେଇ ଜିଲ୍ଲା ପାଇଁ ବହୁ ଖେଳାଳୀ ସୃଷ୍ଟି କରିପାରିଛନ୍ତି । ତାଙ୍କ ପ୍ରଶିକ୍ଷଣ ରେ  ଓଡ଼ିଶା ମହିଳା ଦଳ ରେ ଦୀର୍ଘ ଦିନ ଧରି ନିଜର ସ୍ଥାନ ବଜାୟ ରଖିଥିଲେ ଲୁଇସା ଦାଶ।

ତାଙ୍କ ର ଏହି ନିଯୁକ୍ତି ପାଇଁ ଶ୍ରୀ ରାଏ ଓଡ଼ିଶା କ୍ରିକେଟ ଏସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ଓ ବରଗଡ ଜିଲ୍ଲା କ୍ରିକେଟ ଏସୋସିଏସନ କୁ ଧନ୍ୟବାଦ୍ ଜଣାଇଛନ୍ତି । ତାଙ୍କର ଏହି ନିଯୁକ୍ତି ପାଇଁ ତାଙ୍କୁ ଜିଲ୍ଲା କ୍ରିକେଟ ଏସୋସିଏସନ ର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ପ୍ରାକ୍ତନ ସଭାପତି ଅରୁଣ କୁମାର ମହାନ୍ତି, ପ୍ରାକ୍ତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ,  ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର,ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା ,  କୋଷାଧ୍ୟକ୍ଷ ଅମୀୟ ଭୁଷଣ ସାହୁ,  କାର୍ଯ୍ୟକାରୀ କମିଟି ସଦସ୍ୟ କିଶୋର ରଥ, ଗିରିଜା ପ୍ରସାଦ ନାଥ,ପ୍ରଦୀପ ନନ୍ଦ , ଚନ୍ଦ୍ର ଶେଖର ପ୍ରଧାନ, ବରିଷ୍ଠ ସଦସ୍ୟ ପୃଥ୍ବୀରାଜ ନାୟକ, ପ୍ରଭାତ ଆଦିତ୍ୟ ମିଶ୍ର , ସନ୍ତୋଷ ପଣ୍ଡା,ଗୁରୁଦତ୍ତ ଦାସ, ପ୍ରଦୀପ ସାହୁ,ନବୀନ ଲାଠ, ରଜତ ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।




Report : Bijay ku sahu

Edited by k.s thakur...


Post a Comment

Previous Post Next Post