ବହୁ ରାଷ୍ଟ୍ରୀୟ କମ୍ପାନୀ ଙ୍କ ଚକ୍ରାନ୍ତ ରେ ଦେଶରେ ନିଜ ବିହନ ଲୋପ ପାଇବ, ଭାରତୀୟ କିସାନ ସଂଘ ର ଉଦବେଗ...

ବହୁ ରାଷ୍ଟ୍ରୀୟ କମ୍ପାନୀ ଙ୍କ ଚକ୍ରାନ୍ତ ରେ ଦେଶରେ ନିଜ ବିହନ ଲୋପ ପାଇବ, ଭାରତୀୟ କିସାନ ସଂଘ ର ଉଦବେଗ...


ବରଗଡ଼,୧୫/୧୧ : ଦେଶରେ ତୈଳ ଜାତୀୟ ଫସଲ ଉତ୍ପାଦନ ହ୍ରାସ ଓ ଅଭାବ କୁ ଦୃଷ୍ଟି ରେ ରଖି ବହୁରାଷ୍ଟୀୟ କମ୍ପାନୀ ବିଭିନ୍ନ ଆଳ ଦେଖାଇ ଭାରତ ରେ GM ସୋରିଷ କୁ ଅନୁ ପ୍ରବେଶ କରି କୃଷି ତନ୍ତ୍ର କୁ ନଷ୍ଟ କରିବା ଉଦ୍ୟମରେ ପଛ ଦ୍ୱାର ର ଆଶ୍ରା ଖୋଜୁଛି। କେତେକ ଫସଲରେ ଜୀବ ଜନ୍ତୁ ଙ୍କ ଜିନ କୁ ନେଇ ଏକ ନୂତନ ଫସଲ ଉତ୍ପାଦନ ର କୁ ପରିଣାମ ଦେଶ ତଥା ଚାଷୀ ଭୋଗିବ।

        Ad..


ଏହି ପ୍ରକ୍ରିୟା ରେ GM ସୋରିଷ କୁ ପ୍ରବେଶ କରାଇବା ଲକ୍ଷରେ ଦୀର୍ଘବିଗତ ୨୦ବର୍ଷ ରୁ ଚେଷ୍ଟିତ ରହି ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ର ଦ୍ୱାରସ୍ତ ରହିଥିଲେ ମଧ୍ୟ ଭାରତୀୟ କିସାନ ସଂଘ ର ପ୍ରବଳ ବିରୋଧ ଯୋଗୁଁ ରେ ଆଗକୁ ବଢିବାକୁ ସକ୍ଷମ ହୋଇପାରିନାହିଁ। 

ମାନ୍ୟବର ସୁପ୍ରିମ କୋର୍ଟ ଏହି କେଶ କୁ  ଗତ ତା: ୨୪. ୭.୨୦୨୪ ରେ ୨୦ ବର୍ଷ ପରେ ଏକ ବିଭାଜିତ ରାୟ ଶୁଣାଇ  ଭାରତ ରେ ରାଷ୍ଟ୍ରୀୟ GM ନୀତି ର ଆବଶ୍ୟକତା ରହିଛି ନା ନାହିଁ ତା ପାଇଁ ୪ମାସ ମଧ୍ୟରେ ଭାରତ ର କୃଷି, ପର୍ଯ୍ୟଵରଣ, ଜୈବବିବିଧତା, ଜଳବାୟୁ, ଖାଦ୍ୟ ସୁରକ୍ଷା, ସର୍ବୋପରି ସ୍ୱାସ୍ଥ୍ୟ ସୁରକ୍ଷା କୁ ନେଇ ଏକ ଅଧୟନ କମିଟି କରିବାକୁ ଭାରତ ସରକାର ଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି।

ବିଦେଶୀ କମ୍ପାନୀ ର ବୈଜ୍ଞାନିକ କେବଳ କୃଶ୍ରିତ ଚିନ୍ତାଧାରା କୁ ଭାରତ କୁ ପ୍ରଯୋଗ ଶାଳା ରେ ପରିଣତ କରିବାକୁ ଯାଉଛନ୍ତି. ଏହାକୁ ବିରୋଧ କରିବରଗଡ଼ ଜିଲ୍ଲା ଭାରତୀୟ କିସାନ ସଂଘ ଏକ ଜ୍ଞ।ପନ ପତ୍ର ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଙ୍କୁ ତାଙ୍କ ବାସଭବନ ରେ  ଜିଲ୍ଲା ସଭାପତି ଶ୍ରୀ ପିତାମ୍ବର ସାହୁ, କୋଷାଧକ୍ଷ ଶ୍ରୀ ଭୁପାଳ ବିଶି, ଯୁବପ୍ରମୁଖ ଶ୍ରୀ ସୁଦାମ ସାହୁ, ଉପଦେଷ୍ଟା ଶ୍ରୀ ଏକାଦସିଆ ସାହୁ ଙ୍କ ସହ ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ ଓ ରାଷ୍ଟ୍ରୀୟ ସଦଶ୍ୟ ଶ୍ରୀ କେଦାର ମିଶ୍ର ଉପସ୍ଥିତ ରହିଏହି GM ସୋରିଷ ବିହନ ଉପରେ ସାଂସଦ ରେ ବିତର୍କ କରିବାକୁ ଅନୁରୋଧ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post