ଭଡ଼ାରେ ଗାଡି ନେବାକୁ କହି ଲୁଟ୍ ଉଦ୍ୟମ ଘଟଣା : ନକଲି ips ଅଧିକାରୀ ଗିରଫ,ପ୍ରେସ ବିବୃତିରେ ଚାଞ୍ଚଲ୍ୟକର ତଥ୍ୟ ଦେଲା ପୋଲିସ...
ମୁରିବାହାଲ,୨୩/୧୧ :-ନୂଆପଡ଼ା ଜିଲ୍ଲାରୁ ଭଡ଼ା ସୂତ୍ରରେ ଏକ ବୋଲେରୋ ଯୋଗେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଗାଁକୁ ଆସିଥିଲେ। ଉକ୍ତ ଗାଡ଼ିକୁ ମୁରିବାହାଲ ଗାଁର ଏକ ନିଛାଟିଆ ଜାଗାରେ ଲୁଟ୍ ଉଦ୍ୟମ୍ ବେଳେ ୩ ଜଣ ଲୁଟ୍ ଉଦ୍ୟମକାରୀ ଦୁର୍ବୃତ୍ତ ଧରା ପଡ଼ି ମୁରିବାହାଲ ପୋଲିସ ଦ୍ବାରା ଅଟକ ହୋଇଥିଲେ।
Ad..
ପୋଲିସର ତଦନ୍ତ ପରେ ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଦୁର୍ବୃତ୍ତଙ୍କ ବ୍ୟାଗରୁ ବାହାରିଲା ପୋଲିସକୁ ଚକ୍କମା ଦେଲା ଭଳି ସାମଗ୍ରୀ। ଅଭିଯୁକ୍ତଙ୍କ ବ୍ୟାଗ୍ ରୁ ବାହାରିଲା ଭୁବନେଶ୍ୱର ସ୍ପେସିଆଲ୍ ବ୍ରାଞ୍ଚ ଆଇଜି ରାଙ୍କ ର ପୋଲିସ ପୋଷାକ, ୭ ଟି ମୋବାଇଲ, ବ୍ୟାଙ୍କ୍ ଚେକ୍,ପାସବୁକ୍, ଏଟିମ୍ କାର୍ଡ ଧାରୁଆ ଖିଅର ହେବା ଖୁରା ସହ ଅନ୍ୟନ୍ୟ ଜିନିଷ ପତ୍ରକୁ ଜବତ କରି ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ।
ଗିରଫ ଅଭିଯୁକ୍ତ ମାନେ ହେଲେ ମୁରିବାହାଲ ଥାନା ବଡଉଡ଼ାର ଗାଁର ଅମର ଦାସ, ବରଗଡ଼ ଜିଲ୍ଲା ସନରାପାଲି ଗାଁର ଓକିଲ କୁମ୍ଭାର ଏବଂ ଉତ୍ତର ପ୍ରଦେଶ ମାଓ ଜିଲ୍ଲା ରାଣୀପୁର ଥାନାର ଶିବୁ କାଉଁନଜିଆ । ଏନେଇ ଆଜି ମୁରିବାହାଲ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ । ସାମ୍ବାଦିକ ସମ୍ମିଳନୀ ପରେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ମୁରିବାହାଲ ପୋଲିସ ।
Report : Sudam baghar
Edited by k.s thakur...


