ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ଉଦଘାଟିତ...

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ଉଦଘାଟିତ...


ପଦ୍ମପୁର,୨୩/୧୧ : ପଦ୍ମପୁର ସ୍ଥାନୀୟ ରାଜବୋଡାସାମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ଉଦଘାଟିତ ହୋଇଯାଇଛି। ଟାଉନ କ୍ଳବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୋଟ 8ଟି ଦଳ ଭିତରେ ଖେଳା ହେଉଥିବା ଏହି ପ୍ରିମିୟର ଲିଗ ତିନି ଦିନ ଧରି ହେବାକୁ ଥିବା ବେଳେ  ପ୍ରଥମ ଦିନ ରେ ଟାଉନ କ୍ଳବ ର ପୂର୍ବତନ ସଭାପତି ତଥା ପୂର୍ବତନ ନଗରପାଳ ଶ୍ରୀ ଶିରୀଶ କୁମାର ବହିଦାର ଏବଂ କ୍ଳବ ର ପୂର୍ବତନ କୋଷଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳ କୁ ଉଦଘାଟିତ କରିଥିଲେ। 

          Ad..


ଅଞ୍ଚଳ ର ଖେଳାଳି ମାନେ ଏହି ପ୍ରକାର ଆୟୋଜନ ଦ୍ୱାରା ଉତ୍ସାହିତ ହୁଅନ୍ତୁ ଏବଂ କ୍ରୀଡା ଓ ଖେଳାଳି ଉଭୟଙ୍କର ବିକାଶ ହଉ ବୋଲି ଉଭୟେ କହିବା ସହ ଖେଳୁଥିବା ସମସ୍ତ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ତେବେ ପ୍ରଥମ ଦିନରେ ମୋଟ ଚାରୋଟି ଦଳ ଭିତରେ ଖେଳ ହୋଇଥିବା ବେଳେ ସମସ୍ତ ଛଅ ଟି ମ୍ୟାଚ ଲିଗ ମ୍ୟାଚ ଥିଲା। 

ତେବେ ଆସନ୍ତା 24 ତାରିଖ ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚ ଆଗରୁ ଦୁଇଟି ଯାକ ସେମିଫାଇନାଲ ମଧ୍ୟ ସେହି ଗୋଟିଏ ଦିନରେ ହିଁ ହେବାକୁ ଥିବା ବେଳେ ପ୍ରଥମ ଦିନ ପରେ ଖେଳ ଜିତି ସମଲେଶ୍ୱରୀ ଲୟନ୍ସ ଦଳ ଓ ଶେଖ ଫାଇଟର୍ସ ଦଳ ସେମିଫାଇନାଲ କୁ ପ୍ରବେଶ କରିଛନ୍ତି। 

ତେବେ ଆଜି ମଧ୍ୟ ଦ୍ଵିତୀୟ ଦିନରେ ପୁଣି ଚାରିଟି ଦଳ ମଧ୍ୟରେ ଛଅ ଟି ଲିଗ ମ୍ୟାଚ ହୋଇ ଆଉ ଦୁଇ ଟି ଦଳ ସେମିଫାଇନାଲ ପାଇଁ ଚୟନ ହେବେ। ତେବେ ଏହି ମ୍ୟାଚ ଉପଭୋଗ ପାଇଁ ବୋହୁ ସଂଖ୍ୟାରେ ଦର୍ଶକ ଓ ଖେଳ ପ୍ରେମୀ ଙ୍କ ଭିଡ଼ ଜମୁଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post