ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ରେ ପୁଣି ମୁଣ୍ଡ ଟେକୁଛି ୧୯୮୦ ଦଶକର ଗନ୍ଧମାର୍ଦ୍ଦନ ଆନ୍ଦୋଳନ...
ବରଗଡ଼,୨୩/୧୧ : ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ର ଗନ୍ଧମାର୍ଦ୍ଦନ ପର୍ବତମାଳା ର ପାଦତଳେ ଆଦାନୀ କମ୍ପାନୀର ଜମି କିଣିବା ଘଟଣା ସ୍ଥାନୀୟ ଜନସାଧାରଣ ମନରେ ନାନା ଧାରଣା ସହ ଖଣି ଖନନର ସନ୍ଦେହ ସୃଷ୍ଟି କରୁଥିବା ରୁ ଗନ୍ଧମାର୍ଦ୍ଦନ ର ସୁରକ୍ଷା କୁ ନେଇ ଜନସାଧାରଣ ଙ୍କ ଆଲୋଚନା ଓ ସମାଲୋଚନା ଯୋର୍ ଧରୁଥିବା ବେଳେ ଉକ୍ତ ସନ୍ଦେହ ଜନକ ଚର୍ଚ୍ଚା କୁ ନେଇ ସ୍ଥାନୀୟ ରାଜନୈତିକ ଆଲୋଚନା ଓ ସମାଲୋଚନା ମଧ୍ୟ ଯୋର୍ ଧରିଛି।
Ad..
ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ବାଲକୋର ଖଣି ଖନନ ପ୍ରସ୍ତୁତି କୁ ନେଇ ୧୯୮୦ ଦଶକରେ ବଲାଙ୍ଗିର ଓ ବରଗଡ଼ ଜିଲ୍ଲା ର ଜନସାଧାରଣ ସମଗ୍ର ପଶ୍ଚିମ ଓଡ଼ିଶା ରେ ଆନ୍ଦୋଳନ କରି ବାଲକୋ କମ୍ପାନୀ ବିରୋଧରେ ଐତିହାସିକ ଆନ୍ଦୋଳନ କରି ସଫଳତା ପାଇଥିଲେ ସେ ସମୟରେ ବାଲକୋ କମ୍ପାନୀ ତାର ପ୍ରସ୍ତୁତି ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲା।
ସେ ସମୟରେ ବାଲକୋ ବିରୋଧୀ ଆନ୍ଦୋଳନରେ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଚିନ୍ତା ପ୍ରକଟ ହେଲା କି ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ବକ୍ସାଇଟ ଖନନ ପାଇଁ ବାଲକୋ କମ୍ପାନୀ ତାର ପ୍ରସ୍ତୁତି ଆରମ୍ଭ କରିଛି , ଗାଁ ଗାଁ ରେ ଆଲୋଚନା ବଢ଼ିବାରେ ଲାଗିଲା କିଛି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆଲୋଚନା କରି ଆନ୍ଦୋଳନ କରିବାକୁ ପ୍ରସ୍ତୁତି କଲେ ପରବର୍ତ୍ତୀ ସମୟରେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ଅଂଚଳ ମନଭଙ୍ଗ, କୁଢେରଫସା, ମିଠା ପାଲି, ଲଉଡମାଲ, ଧରଜଗଡ, କେନାବୁଦା, ନୂଆଗାଁ,ଜାମସେଠ,ଡୁଡକିଝରିଆ,ମାଣ୍ଡୋସିଲି, ପାଇକମାଳ,କେନାବୁଦା, ବଇଦପାଲି,ସାଲେପାଲି, ସାପଲହର,ବୁକୁରାମୁଣ୍ଡା ପ୍ରଭୃତି ପାଇକମାଳ ବ୍ଲକ୍ ର ସମସ୍ତ ଗାଁ ଓ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ଖପ୍ରାଖୋଲ,ଟେମରୀମାଲ,ସୁନାମୁଦୀ,ବଲିଆଭଟା,ଭରୁଆମୁଡା,ନାନ୍ଦୁପଲା, ହରିଶଙ୍କର,ଟଙ୍କପାଣୀ ପ୍ରଭୃତି ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସମସ୍ତ ଗାଁ ର ଜନସାଧାରଣ ସାମିଲ୍ ହୋଇ ଆନ୍ଦୋଳନ ବ୍ୟାପକ ହେବାକୁ ଲାଗିଲା ବରଗଡ଼ ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା ର ସ୍ଥାନୀୟ ଜନସାଧାରଣ ଙ୍କ ସମେତ, ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀ ଆନ୍ଦୋଳନ ରେ ସାମିଲ ହେବାକୁ ଲାଗିଲେ ।
ସେ ସମୟର ପ୍ରସନ୍ନ ସାହୁ, ଘାସିରାମ ମଲ୍ଲିକ, ରାୟଧର ଲୁହାର, ନିରଞ୍ଜନ ବିଦ୍ରୋହୀ, ଭବାନୀ ହୋତା, ଗୈତମ ବିଶ୍ବାସ, ଭକ୍ତ ଚରଣ ଦାସ,ପଙଜିନୀ ରାଉତ, ସୁଭଦ୍ରା ମଲ୍ଲିକ ଙ୍କ ସମେତ ଶତାଧିକ ବ୍ଯକ୍ତି ଓ ମହିଳା ଆନ୍ଦୋଳନକୁ ନେତୃତ୍ବ ନେଇ ବିରାଟ ଆନ୍ଦୋଳନ ରେ ପରିଣତ କରି ଶେଷରେ ସଫଳତା ଶିର୍ ରେ ପହଞ୍ଚିଥିଲେ ବାଧ୍ୟତାମୂଳକ ଭାବରେ ସରକାରୀ ସ୍ତରରେ ବାଲକୋ ଗନ୍ଧମାର୍ଦ୍ଦନ ପର୍ବତମାଳା କୁ ଛାଡିବାଥିଲା।
ଦିର୍ଘ ଦଶନ୍ଧି ପରେ ଏବେ ପୁଣିଥରେ ସେହି ଗନ୍ଧମାର୍ଦ୍ଦନ ଆନ୍ଦୋଳନ ର ଆନ୍ଦୋଳନ ଚର୍ଚ୍ଚା ଓ ସମାଲୋଚନା ଯୋର୍ ଧରିଥିବା ବେଳେ ପୁଣିଥରେ ଜନ ଆନ୍ଦୋଳନ ମୁଣ୍ଡ ଟେକୁଛି। ଗନ୍ଧମାର୍ଦ୍ଦନ ପାଦତଳେ ଥିବା ଭରୁଆମୁଣ୍ଡା ଠାରେ ଆଦାନୀ କମ୍ପାନୀର ଜମି କିଣା ଜଣାପଡିବା ପରେ ଖପ୍ରାଖୋଲ ଅଂଚଳ ରେ ବଡ଼ ଧରଣର ଏକ ବୈଠକ ଅନୁଷ୍ଠିତ ହୋଇ ଆନ୍ଦୋଳନ ଚେତାବନୀ ଦିଆଯାଇଛି ସେହିପରି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ର କୁଢାରୀଫସା ଗାଁ ରେ ଗନ୍ଧମାର୍ଦ୍ଦନ ବଚାଓ ଆନ୍ଦୋଳନକାରୀ ରେଲି ମାଧ୍ୟମରେ ଚେତାବନୀ ବରଗଡ଼ ଠାରେ ଆନ୍ଦୋଳନ ପାଇଁ କମିଟି ଗଠନ ପ୍ରଭୃତି ଆନ୍ଦୋଳନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେଲାଣି ଏପଟେ ଗନ୍ଧମାର୍ଦ୍ଦନ ପର୍ବତମାଳା ର ଜାଗ୍ରତ ପ୍ରହରି ସାଜିଥିବା ବର୍ତ୍ତମାନ ର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଉକ୍ତ ଘଟଣା କୁ ନେଇ ଆଲୋଚନା ଓ ସମାଲୋଚନା ର ଶିକାର ହେବାକୁ ପଡିଛି।
Report : Bijay ku sahu
Edited by k.s thakur...


