ଡେପୁଟି ସିଇଓଙ୍କ ବରଗଡ ଗସ୍ତ : ଜିଲ୍ଲାର ବିଭିନ୍ନ ବୁଥ ପରିଦର୍ଶନ କରି ବୁଥ ସ୍ତରୀୟ ଅଧିକାରୀଙ୍କ କଲେ କାର୍ଯ୍ୟ ସମୀକ୍ଷା...

ଡେପୁଟି ସିଇଓଙ୍କ ବରଗଡ ଗସ୍ତ : ଜିଲ୍ଲାର ବିଭିନ୍ନ ବୁଥ ପରିଦର୍ଶନ କରି ବୁଥ ସ୍ତରୀୟ ଅଧିକାରୀଙ୍କ କଲେ କାର୍ଯ୍ୟ ସମୀକ୍ଷା...


ବରଗଡ,୨୪/୧୧ : ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦ୍ଦେଶ  କ୍ରମେ ରାଜ୍ୟର ସମସ୍ତ ବୁଥ୍ ସ୍ତରରେ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ-୨୦୨୫ ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ମତଦାତାଙ୍କ ନାମ ଯାଞ୍ଚ, ପଞ୍ଜୀକରଣ, ଅପସାରଣ,ସଂଶୋଧନ କିମ୍ବା ସ୍ଥାନାନ୍ତରିକରଣ କରିବା ପାଇଁ ସମସ୍ତ ବୁଥ ଠାରେ ନଭେମ୍ବର ମାସର ୨,୯,୧୬ ଏବଂ ୨୪ ତାରିଖ ଦିନ ସ୍ଵତନ୍ତ୍ର ଅଭିଯାନ ଦିବସ ଭାବେ ପାଳନ କରିବା ସହ ବୁଥ  ସ୍ତରୀୟ ଅଧିକାରୀ ନିଜ ବୁଥ ରେ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟ କରୁଛନ୍ତି।  

Ad..


ଏହି ପରିପ୍ରେକ୍ଷୀରେ ଡେପୁଟି ସିଇଓ ଡ଼ ଲକ୍ଷ୍ମଣ ପ୍ରସାଦ ସାହୁ ବରଗଡ ଜିଲ୍ଲା ଗସ୍ତରେ ଆସି ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ଏନଏସି ଅଂଚଳର ମହଦା ପ୍ରାଥମିକ ବିଦ୍ୟାଳୟ ସ୍ଥିତ ବୁଥ ନମ୍ବର ୧୦, ୧୧ ଓ ୧୨, ଏବଂ ବରଗଡ଼ ନିର୍ବାଚନ ମଣ୍ଡଳୀର କୁସନପୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ବୁଥ ନମ୍ବର ୧୧୩ ଓ ୧୧୪, ଶକ୍ତି ନଗର ପ୍ରାଥମିକ ବିଦ୍ୟାଳୟ ସ୍ଥିତ ବୁଥ ନମ୍ବର-୬୭, ୬୮ ଓ ୬୯, ମାଷ୍ଟର ଟିକ୍ରା ପ୍ରାଥମିକ ବିଦ୍ୟାଳୟ ସ୍ଥିତ ବୁଥ୍ ନମ୍ବର -୫୬, ୫୭ ଓ ୫୮ ଏବଂ ଗୋବିନ୍ଦପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ବୁଥ୍ ନମ୍ବର -୫୧, ୫୨, ୫୩ ପରିଦର୍ଶନ କରିବା ସହ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି ।

ପରିଦର୍ଶନ ସମୟରେ ଡେପୁଟି ସିଇଓଙ୍କ ସହ ଡେପୁଟି କଲେକ୍ଟର ଶ୍ରୀ ମୁକ୍ତେଶ୍ଵର ପାଣିଗ୍ରାହୀ,ଏଚଆରଏମଏସ ସଂଯୋଜକ ଶ୍ରୀକାନ୍ତ ତ୍ରିପାଠୀ ଏବଂ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଛବି ପଢ଼ ଉପସ୍ଥିତ ଥିଲେ। 



Report : Bijay ku sahu

Edited by k.s thakur...

Post a Comment

Previous Post Next Post