ବାର୍ଷିକ ସାଧାରଣ ସଭା ୨୦୨୪ : ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବରଗଡ଼...

ବାର୍ଷିକ ସାଧାରଣ ସଭା ୨୦୨୪ : ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବରଗଡ଼...


ବରଗଡ଼,୨୪/୧୧ : ଆଜି ରବିବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସଭାପତି ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ବରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଆଜିର ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଯୋଗ  ଦେଇ ଆଗାମୀ ଦିନରେ ବରଗଡ଼ର ଅନେକ ବିକାଶମୂଳକ ପଦକ୍ଷେପ ସହ ଧନୁଯାତ୍ରା କୁ ଆକର୍ଷଣୀୟ କରିବା ଉପରେ ଆଲୋକପାତ କରିଥିଲେ। 

Ad..


ମୁଖ୍ୟ ବକ୍ତା ଭାବେ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ସରୋଜ କୁମାର ଦେବତା ଯୋଗଦେଇ ବରିଷ୍ଠ ମାନଙ୍କୁ ସମ୍ମାନ ଦେଇ ତାଙ୍କର ଅଭିଜ୍ଞତା କୁ କାର୍ଯ୍ୟକାରୀ କରାଗଲେ ସମାଜ ର ବିଶେଷ ଉନ୍ନତି ହୋଇପାରିବ ଏବଂ ଆଗାମୀ ପିଢ଼ି ବହୁତ କିଛି ଶିକ୍ଷା ଲାଭ କରିପାରିବେ ବୋଲି ତାଙ୍କ ସଂଖିତ୍ପ ଅଭିଭାଷଣ ରେ ପ୍ରକାଶ କରିଥିଲେ।

ମଞ୍ଚାସିନ ସଂପାଦକ ଗୋବିନ୍ଦ ଦାଶ କାର୍ଯ୍ୟକ୍ରମ ବହୁଳ ବାର୍ଷିକ ବିବରଣୀ ପାଠ କରିଥିଲେ। ହେଲପେଜ ଇଣ୍ଡିଆ ର ପ୍ରତିନିଧି ଚନ୍ଦନ ବେହେରା ବରିଷ୍ଠ ମାନଙ୍କ ପାଇଁ ରାଜ୍ୟସ୍ତରରେ ତାଙ୍କର ଅନେକ ପ୍ରୋଗ୍ରାମ ବୁଝେଇଥିଲେ। ପଶ୍ଚିମ ଓଡିଶା ବରିଷ୍ଟ ନାଗରିକ ମହାସଂଘ ର ସଂଗଠନ ସମ୍ପାଦକ ନାରାୟଣ ନାଏକ ବରଗଡ଼ ଜିଲ୍ଲା ସଂଘର ଅବଦାନ ଉଲ୍ଲେଖ କରି ଏହି ସଂଘ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଶୃଷ୍ଟି କରିଛି ବୋଲି କହିଥିଲେ। 

ଉପସଭାପତି ନିର୍ମଳ କର ଓ ବରିଷ୍ଠ ସଦସ୍ୟ ଅଶୋକ ପଶାୟତ ଗାୟକ କାଁହୁ ଦାଶ, ଅରବିନ୍ଦ ବିଶ୍ବାସ ,ଅନିତା ବଢ଼େଇ ଙ୍କୁ ନେଇ ସୁମଧୁର ଗୀତ ଓ ସୁଶ୍ରୀ ଅର୍ଚିତା ମହାପାତ୍ର ଓ ପ୍ରତିକ୍ଷା ପଟ୍ଟନାୟକଙ୍କ ସମ୍ବଲପୁରୀ ନୃତ୍ୟ ର ବହୁତ ସୁନ୍ଦର ସାଂସ୍କୃତିକ କର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ସଂଚାର କଳା ପାଇଁ ଶ୍ରୀମତୀ ଜୟନ୍ତୀ ଦୀପ ଙ୍କୁ ବରିଷ୍ଠ ନାଗରିକ କଳାକାର ସମ୍ମାନ ୨୦୨୪ ଓ ବୃକ୍ଷ ରୋପଣ ଦ୍ୱାରା ପରିବେଶ ବିକାଶ ପାଇଁ ଶ୍ରୀ ରାମଚନ୍ଦ୍ର ସାହୁ ଙ୍କୁ ବରିଷ୍ଟ ନାଗରିକ ପ୍ରକୃତି ବନ୍ଧୁ ସମ୍ମାନ -୨୦୨୪ " ପ୍ରଦାନ କରାଯାଇଥିଲା। 

ଉତ୍ତମ ସେବାମୁଲଜ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭଟଲି ଓ ଅମ୍ବାଭୋନା ବ୍ଲକ ସଂଘକୁ ସମ୍ମାନିତ କରାଯାଇଥିଲା।ଏହି ଭବ୍ୟ ସମାରୋହ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଗୌର ଚନ୍ଦ୍ର କର, ସୁଶୀଲ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ,କାଁହୁ ଚରଣ ପୃଷ୍ଟି, ଶଙ୍କର ପଟ୍ଟନାୟକ, ବିମଳ ମିଶ୍ର, ପୁର୍ଣ ଚନ୍ଦ୍ର ଦାଶ,ପ୍ରସନ୍ନ ପ୍ରଧାନ, ଦେବୀ ପଟ୍ଟନାୟକ, ତୁଳସୀ ଚରଣ ଦାଶ, ଲୋକନାଥ ଆଚାର୍ଯ୍ୟ, ବାଲମୁକୁନ୍ଦ ଦାଶ, ସ୍ୱାଧୀନ ମହାରଣା, ବାଲମୁକୁନ୍ଦ ଦୋରା,ଅଚ୍ୟୁତାନନ୍ଦ ବାରିକ, ବରପାଲି ମହିଳା ସଂଘ ର ସୁମନା ଦାଶ, ଘରଯୁଗୀ ଗର୍ତିଆ, ସୁଶ୍ରୀ ବେଦମତୀ ପରିଡା ପ୍ରମୁଖ ସହସ୍ରାଧିକ ସଦସ୍ୟ/ ସଦସ୍ୟା ଉପସ୍ଥିତ ଥିଲେ। ସଂଗଠନ ସଂପାଦକ କେଦାର ମିଶ୍ର ମଞ୍ଚ ସଂଚାଳନ କରିଥିବା ବେଳେ  ଉପସଭାପତି ଗୌନ୍ତିଆ କୁମାର ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ।



Report  : Bijay ku sahu

Edited by k.s thakur...



Post a Comment

Previous Post Next Post