୨ରୁ ୩ ମାସ ମଧ୍ୟରେ ଗଠନ ହେବ ଉତ୍ତର ଓଡ଼ିଶା ବିକାଶ ପରିଷଦ: ମୁଖ୍ୟମନ୍ତ୍ରୀ...

୨ରୁ ୩ ମାସ ମଧ୍ୟରେ ଗଠନ ହେବ ଉତ୍ତର ଓଡ଼ିଶା ବିକାଶ ପରିଷଦ: ମୁଖ୍ୟମନ୍ତ୍ରୀ...


ସୁନ୍ଦରଗଡ,୨୪/୧୧ : ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ରବିବାର କହିଛନ୍ତି ଓଡ଼ିଶା ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ହେବ। ଆଉ ୨ରୁ ୩ ମାସ ମଧ୍ଯରେ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ହେବ। ଏଥିପାଇଁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ ହୋଇ କାମ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଂସ୍କୃତି ଭବନରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘୋଷଣା କରିଛନ୍ତି।.ଏଥିପାଇଁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। 

        Ad..


ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଓଡ଼ିଶା ସରକାର ୧୯୯୮ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି) ଗଠନ କରିଥିଲେ। ଏହି ପରିଷଦରେ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ସମେତ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡକୁ ମଧ୍ୟ ସାମିଲ କରିଥିଲେ। ବଲାଙ୍ଗୀର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ନିର୍ମିତ ମେଡିକାଲ କଲେଜ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ଦେଇଛି। 





Edited by k.s thakur...




Post a Comment

Previous Post Next Post