ନେଟୱର୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ନିଲଜିପତ୍ରା ଗ୍ରାମବାସୀ...
ପାଇକମାଲ,୨୫/୧୧ : ନେଟୱର୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡ଼ିଦର୍ହା ପଂଚାୟତ ନିଲଜିପତ୍ରି ଗ୍ରାମବାସୀ। ସୋମବାର ପାଇକମାଲ ରେ ହୋଇଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଆସି ଗ୍ରାମବାସୀ ମୋବାଇଲ ନେଟୱର୍କ ସମସ୍ୟା ବିଷୟରେ ଜଣାଇଥିଲେ।
Ad..
ନେଟୱର୍କ ସମସ୍ୟା ଯୋଗୁଁ ବାର୍ତ୍ତାଲାପ, ଇଣ୍ଟେର୍ନେଟ ଡିଜିଟାଲ ସେବା ଓ ଛାତ୍ର ଛାତ୍ରୀ ଙ୍କ ଅନଲାଇନ ପାଠ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ଥିଲେ। ଗ୍ରାମରେ ନେଟୱର୍କ ଟାୱାର ସ୍ଥାପନ ପାଇଁ ଗ୍ରାମବାସୀ ଦାବୀ ଜଣାଇଛନ୍ତି। ବାଳକୃଷ୍ଣ ପଟେଲ,ଚିନ୍ତାମଣି ପଟେଲ,ସଞ୍ଜୟ ଶାହ,ଚୂଡ଼ାମଣି ପ୍ରଧାନ,ଉଦ୍ଧବ ପଟେଲ, ସୁଦାମ ନାୟକ ଓ ନବୀନ ପଟେଲ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...


