ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ଶେଖ ଫାଇଟର୍ସ ବିଜୟୀ...

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ଶେଖ ଫାଇଟର୍ସ ବିଜୟୀ...


ପଦ୍ମପୁର,୨୫/୧୧ : ପଦ୍ମପୁର ସ୍ଥାନୀୟ ରାଜବୋଡାସାମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ମହାସମାରୋହରେ ସମାପ୍ତ ହୋଇଯାଇଛି। ଟାଉନ କ୍ଳବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୋଟ 8ଟି ଦଳ ଭିତରେ ଖେଳା ହେଉଥିଲା ଏହି ପ୍ରିମିୟର ଲିଗ ତିନି ଦିନ ଧରି ହୋଇଥିବା ବେଳେ  ଫାଇନାଲ ମ୍ୟାଚ ରେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଭୁତି ଭୂଷଣ ଭୋଇ ଏବଂ ଟାଉନ କ୍ଳବ ର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ଭାବରେ ଓ କ୍ଲବର ଉପାସଭାପତି ଅଶୋକ ମିଶ୍ର, ସମ୍ପାଦକ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ, ଆଦିତ୍ୟ ରଥ, ନାରାୟଣ ପୁରୋହିତ,ସୁବାସ ପାତ୍ର,ରାଜେଶ ଗୁର୍ଲ୍ଲା, ନରୋତମ ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। 

Ad..


ଅଞ୍ଚଳ ର ଖେଳାଳି ମାନେ ଏହି ପ୍ରକାର ଆୟୋଜନ ଦ୍ୱାରା ଉତ୍ସାହିତ ଏବଂ ନୂତନ ଖେଳାଳି ଙ୍କୁ ଆକୃଷ୍ଟ କରିବାର ପ୍ରୟାସ ଉଚ୍ଚ ସ୍ତର ର ହୋଇଛି ବୋଲି ଅତିଥି ବିଭୁତି ଭୂଷଣ ଭୋଇ ଉଦ୍ୟୋକ୍ତା ଙ୍କୁ ସାଧୁବାଦ ଜଣାଇଥିଲେ। ତେବେ ଫାଇନାଲ ମ୍ୟାଚରେ ଶେଖ ଫାଇଟର୍ସ ଦଳ ଏବଂ ସମଲେଶ୍ୱରୀ ଲାୟନ୍ସ ଦଳ ଭିତରେ ଖେଳ ହୋଇଥିବା ବେଳେ ଶେଖ ଫାଇଟର୍ସ ଦଳ ବିଜୟୀ ହୋଇଥିଲେ। 

ତେବେ ହୋଇଥିବା ଦୁଇଟି ଯାକ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ମଧ୍ୟ ତିନୋଟି ଯାକ ମ୍ୟାଚ ସମସ୍ତ ଦଳ ଲିଗ ମ୍ୟାଚ ମାନଙ୍କ ରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିବା ବେଳେ ଖେଳା ଯାଇଥିବା ଦୁଇଟି ଯାକ ସେମିଫାଇନାଲ ମ୍ୟାଚ ଏବଂ ଫାଇନାଲ ମ୍ୟାଚ ବେସ ରୋମାଞ୍ଚକର ହୋଇଥିବା କ୍ରୀଡା ପ୍ରେମୀ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତେବେ ଏହି ମ୍ୟାଚ ଉପଭୋଗ ପାଇଁ ବୋହୁ ସଂଖ୍ୟାରେ ଦର୍ଶକ ଓ ଖେଳ ପ୍ରେମୀ ଙ୍କ ଭିଡ଼ ଜମିଥିଲା।ମେଚ ମାନଙ୍କର କମେଣ୍ଟ୍ରି କୁମାର ଆନନ୍ଦ, ଅଭିନାଶ ଟିଭି ପରିଚାଳନା କରିଥିଲେ। 

ଏହି ଟୁର୍ନାମେଣ୍ଟକୁ କ୍ଲବର ଅଖିଳ ପଟ୍ଟନାୟକ,ଦୀନେଶ ବାରିକ, ସୁରଜ ସୁନା,ସୋମେଶ ମହାନ୍ତି,ସୁରେଶ ସାହୁ,ସୋମ୍ୟରଞ୍ଜନ ମହାନ୍ତି,ଅନିଲ ଗୁର୍ଲ୍ଲା,ଶୁଭମ ବେହେରା, ରାହୁଲ ତାଣ୍ଡି, ରିତୁ ସାହୁ, ସୁରେନ୍ଦ୍ର ଲୁହାର, ଛୋଟୁ ପଟେଲ, ସୌରଭ ବନଛୋର, ଆୟୁଷ, ଆଦେଶ ସାହୁ, ବିନୀତ ପାତ୍ର,ରବୀନ ମେହେର, ହରେଶ ଷଣ୍ଢ ସମସ୍ତେ ମିଶି ଏହି ଟୁର୍ନାମେଣ୍ଟକୁ ସଫଳ କରେଇ ଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post